ତାମିଲନାଡୁରେ ଓଡିଆ ଶ୍ରମିକଙ୍କୁ ହତ୍ୟା

ତାମିନନାଡୁରେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପୁଆ ଗାଁର ଧୂବଲେଶ୍ୱର ସେଠଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  ଧୂବଲେଶ୍ୱର ତାମିଲନାଡୁର ଭେପଡ଼ାଇ ସ୍ଥିତ ରାଇଗୁରୁ ଟେକ୍ସଟାଇଲ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଘରୋଇ କମ୍ପାନୀରେ ଦୀର୍ଘଦିନ ହେବ କାମ କରୁଥିଲେ । କିନ୍ତୁ ଗତ ୧୭ ତାରିଖରେ କେହି ଦୁର୍ବୃତ୍ତ ଧୂବଲେଶ୍ୱରକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦ ସାରିଥିଲେ ମଧ୍ୟ ଆର୍ଥିକ ଅନଟନ ଯୋଗୁଁ ମୃତଦେହ ଆଣିବାକୁ ଅକ୍ଷମ ପରିବାର । ଏଣୁ ସରକାରଙ୍କୁ ମୃତଦେହ ଆଣିବାରେ ସହଯୋଗ କରିବାକୁ ନିବେଦନ କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି  ।