ଟଙ୍କା ପାଇଁ ସାଙ୍ଗକୁ ହତ୍ୟା

 ଟଙ୍କା ପାଇଁ ସାଙ୍ଗକୁ ହତ୍ୟା । ବାରିପଦା ସଦର ଥାନା ଗୁମୁଡ଼ିହି ବୁଢ଼ାବଳଙ୍ଗ ନଦୀ ପଠାରୁ ଅଚିହ୍ନା ଗଳିତ ମୃତଦେହ ଉଦ୍ଧାର ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ମୃତକ କେନ୍ଦ୍ରାପଡା ମାର୍ଶାଘାଇ ଥାନା ହିନ୍ଦୁଲିଆ ଗାଁର ଚନ୍ଦନ ସ୍ୱାଇଁ ହୋଥିବା ଜଣାପଡ଼ିଛି । ତେବେ ଦୁଇ ସାଙ୍ଗ ମିଶି ଚନ୍ଦନଙ୍କୁ ହତ୍ୟା କରିଥିଲେ ।  ପରେ ନଦୀ ପଠାରେ ଲୁଣ ଦେଇ ମୃତଦେହକୁ ପୋତି ଦେଇଥିଲେ । ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ଚନ୍ଦନଙ୍କ ସାଙ୍ଗ ହୋଇଥିବା ବେଳେ ତାଙ୍କୁ ଅପହରଣ କରି ଭୁବନେଶ୍ବରରେ ରହୁଥିବା ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ । ଏନେଇ ଖାରବେଳ ନଗର ଥାନାରେ ଏତଲା ମଧ୍ୟ ହୋଇଥିଲା । ତେବେ ଟଙ୍କା ନମିଳିବାରୁ ଚନ୍ଦନଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି ଦୁଇ ଅଭିଯୁକ୍ତ ସାଙ୍ଗ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।