୧୯ ଚୋରି ମୋବାଇଲ ଜବତ ସହ ଚୋର ଗିରଫ
ଭଦ୍ରକ : ଚୋରି ମୋବାଇଲ୍ ବିକ୍ରି ବେଳେ ମାଡି ବସିଲା ପୋଲିସ । ଗିରଫ କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ୧୯ ମୋବାଇଲ୍ ସହ ଜଣେ ଗିରଫ । ଗିରଫ ଅଭିଯୁକ୍ତ ଯାଜପୁର ରୋଡ ମୁଣ୍ଡମାଳ ଅଞ୍ଚଳର ସାଗଲ ସୁନିଲ ବୋଲ ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ମୁତାବକ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଗ୍ରାମାଞ୍ଚଳ ଥାନାଧିନ ଆର.ଏନ ବେତରା ଗ୍ରାମ ପହଞ୍ଚିଥିଲା ପୋଲିସ । ଖବର ମୁତାବକ ଜଣେ ବ୍ୟକ୍ତିଙ୍କ ଘରକୁ ଚୋରା ମୋବାଇଲ ନେଇ ରଖିବାକୁ ଯାଉଥିବା ଯାଜପୁର ଅଞ୍ଚଳର ସାଗଲ ସୁନୀଲକୁ ଅଟକାଇଥିଲା ପୋଲିସ । ତେବେ ତାହାଠାରୁ ଏକ ଭେନିଟି ବ୍ୟାଗକୁ ଜବତ କରିଥିଲା ସେଥିମଧ୍ୟରୁ ବିଭିନ୍ନ କମ୍ପାନୀର ୧୯ ଗୋଟି ମୋବାଇଲକୁ ଜବତ କରିଥିଲା ପୋଲିସ ଏବଂ ସୁନୀଲ ସାଗଲକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ଗ୍ରାମାଞ୍ଚଳ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସ.ଡି.ପି.ଓ ବିଚିତ୍ରାନନ୍ଦ ସେଠୀ । ଏହି ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ଦୟାନିଧି ଦାସଙ୍କ ସହ ତଦନ୍ତକାରୀ ଅଧିକାରୀ ଶ୍ରୀକାନ୍ତ ଜେନା ମଧ୍ୟ ଉପସ୍ଥିତ ଥିଲେ ।