ପୋଲତଳୁ ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ : ବେଲତଳ ୧୪ ନମ୍ବର କେନାଲ ପୋଲତଳୁ ଏକ ମୃତଦେହ ଦମକଳ ବାହିନୀ ଦ୍ୱାରା ଉଦ୍ଧାର ହୋଇଛି । ପ୍ରକାଶ ଯେ, ବେଲତଳ ୧୪ ନମ୍ବର କେନାଲ ପୋଲତଳେ ଏକ ଏକମୃତ ଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ  । କଟକ ଚାନ୍ଦବାଲୀ ରାସ୍ତାରେ କିଛି ସମୟ ଗାଡି ମୋଟର ଜାମ ହୋଇଯାଇଥିଲା । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଆଦର୍ଶଥାନା ଆଇଆଇସି ବନ୍ଦନା ପାତ୍ର ପହଞ୍ଚô ଭିଡକୁ ହଟାଇବା ସହିତ ଦମକଳ ବାହିନୀ ସାହାର୍ଯ୍ୟରେ ମୃତଦେହକୁ ଉଦ୍ଧାର କରିଥିଲେ । ମୃତକ ହେଲେ ବନ୍ଧସାହୀ ଗ୍ରାମର ଜଦୁନାଥ ଦାସଙ୍କ ପୁଅ ଜ୍ୟୋତି ରଞ୍ଜନ ଦାସ (୪୧)  ।