ସ୍କୁଟିକୁ ଧକ୍କା ଦେଲା ହାଇୱା: ମହିଳା ମୃତ, ସ୍ୱାମୀ ଓ ପୁଅ ଆହତ
Accident

କେନ୍ଦ୍ରାପଡା: ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ । କେନ୍ଦ୍ରାପଡାରେ ତିନି ମୁହାଣି ଛକରେ ଆଜି ସକାଳେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତା ଜଣକ ହେଲେ ଶ୍ରଦ୍ଧାଞ୍ଜଳୀ ସାହୁ । ତାଙ୍କ ଘର ମହିପାଳରେ । ସୂଚନା ଅନୁସାରେ, ସକାଳ ପ୍ରାୟ ୯ଟା ସମୟରେ ଶ୍ରଦ୍ଧାଞ୍ଜଳି ସାହୁ ତାଙ୍କ ପୁଅକୁ ନେଇ ସ୍ୱାମୀଙ୍କ ସହ ସ୍କୁଟିରେ ପ୍ଲେ ସ୍କୁଲ ଅଭିମୁଖେ ଯାଉଥିଲେ । ଏହି ସମୟରେ ତିନି ମୁହାଣି ଛକରେ ଏକ ଚିପ୍ସ ବୋଝେଇ ହାଇୱା ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ସ୍ୱାମୀ ଓ ପୁଅ ଆହତ ହୋଇଥିବା ବେଳେ ପୁଅର ହାତ ଭାଙ୍ଗିଯାଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏପଟେ ଉତ୍ୟକ୍ତ ଲୋକେ ହାଇୱାକୁ ଅଟକ ରଖିବା ସହ ଚାଳକଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ଲୋକେ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିଛି ।