ରାତି ଅଧରେ ଯୁବକଙ୍କୁ ଗୋଡେଇ ହାଣିଲେ

ରାତି ଅଧରେ ଯୁବକଙ୍କୁ ଗୋଡେଇ ହାଣିଲେ

 ରାଉରକେଲା ସହରରେ ବିଳମ୍ବିତ ରାତିରେ ଘଟିଛି ଦୁଇ ଦୁଇଟି ହତ୍ୟାକାଣ୍ଡ । ଛେଣ୍ଡ କଲୋନୀ ସ୍ଥିତ ଭିଏସ୍ଏସ୍ ମାର୍କେଟରେ ଘଟିଛି ଘଟଣା । କିଛି ଦୁର୍ବୃତ୍ତ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି  । ମୃତ ଯୁବକ ଟିସ୍କୋ କଲୋନୀ ଅଞ୍ଚଳର ମୁକେଶ କର ବୋଲି ଜଣାପଡିଛି । ଚାରି ପାଞ୍ଚ ଜଣ ଯୁବକ ବାଇକରେ ଆସି ହତ୍ୟା କରିଥିବା ସୂଚନା ମିଳିଛି । ଘଟଣାରେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେପଟେ ଗାନ୍ଧୀ ରୋଡ୍‌ରେ ଫୁଟପାଥରେ ଶୋଇଥିବା ଯୁବକଙ୍କୁ ଗଳା କାଟି ହତ୍ୟା । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି।