କଂଗ୍ରେସ କର୍ମୀଙ୍କୁ ମାରି ଫିଙ୍ଗିଦେଲେ ମାଓବାଦୀ

କଂଗ୍ରେସ କର୍ମୀଙ୍କୁ  ମାରି ଫିଙ୍ଗିଦେଲେ ମାଓବାଦୀ

 ରକ୍ତ ଛିଟା ପୁଣି ଥରେ । ଛତିଶଗଡ଼ରେ ପୁଣି ମୁଣ୍ଡ ଗଡ଼ିଲା । ମାଓବାଦୀ ଦେଖାଇଲେ ହିଂସ୍ରରୂପ। ପୋଲିସର ଗୁପ୍ତଚର ଭାବି କଂଗ୍ରେସ କର୍ମୀଙ୍କୁ ମାରି ଫିଙ୍ଗିଦେଲେ । ଦିନକୁ ଦିନ ବଢି ଚାଲିଛି ମୃତ୍ୟୁର ସଂଖ୍ୟା । ମାଓବାଦୀଙ୍କ ଦ୍ୱାରା ଅନେକ ଲୋକଙ୍କର ଜୀବନ ଯାଉଛି । ଆଉ କାହାର ପରିବାର ପୁରା ଧ୍ୱଂସ ହୋଇଯାଉଛି । ସେହିପରି ଏକ ଛାତି ଥରା ଘଟଣା ଆଜି ଛତିଶଗଡ଼ରେ ଦେଖିବାକୁ ମିଳିଛି । ଛତିଶଗଡ଼ ବିଜାପୁରରେ ପୁଣି  ଜଣଙ୍କର ଜୀବନ ଯାଇଛି । ସେ ହେଉଛନ୍ତି କଂଗ୍ରେସ କର୍ମୀ ନାଗା ଭଣ୍ଡାରୀ। ଗତ ଅକ୍ଟୋବରରେ ମାଓବାଦୀଙ୍କ ଦ୍ୱାରା ତାଙ୍କ ଭାଇଙ୍କର ଜୀବନ ଯାଇଥିଲା । ଆଉ ଆଜି ତାଙ୍କର ଘର ଠାରୁ କିଛି ଦୂରରେ ମାରି ତାଙ୍କୁ  ଫିଙ୍ଗି ଦେଇଛନ୍ତି।  ତେବେ ଏପରି ବାରମ୍ବାର ଘଟୁଛି କଣ ପାଇଁ ? ଏହାର ସମାଧାନ କେବେ  ?