ମୌସୁମୀରେ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ଆୟୁର୍ବେଦିକ ସୁପରଫୁଡ 

 ଭୁବନେଶ୍ୱର :  ମୌସୁମୀ ଋତୁ ଆଦ୍ରତା ଓ ତାପମାତ୍ରାରେ ପରିବର୍ତନ ଆଣିଥାଏ, ଯାହାକି କ୍ଲଗ୍ଡ ପୋର, ଅତ୍ୟଧିତ ତେଲ ଓ ନିରନ୍ତର ବ୍ରଣ ହେବା ଭଳି ତ୍ୱଚା ସମସ୍ୟାର କାରଣ ହୋଇଥାଏ । ଏଭଳି ସମୟରେ ଆମେ ମୁଖ୍ୟତଃ ସ୍କିନକେୟାର ପ୍ରଡକ୍ଟ ଉପରେ ଗୁରୁତ୍ୱ ଦେଇଥାଉ, କିନ୍ତୁ ଆମେ ସନ୍ତୁଳିତ ଆହାରର ପ୍ରଭାବକୁ ଅଣଦେଖା କରିଥାଉ । ଆୟୁର୍ବେଦ ଅନୁଯାୟୀ, ଋତୁକାଳିନ ପରିବର୍ତ୍ତନ, ମୌସୁମୀ ସମୟରେ ବିଶେଷ କରି ବାତ ଓ ପିତ ଦୋଷକୁ ବଢାଇଥାଏ । ଅଗ୍ରଣୀ ଆୟୁର୍ବେଦ ପ୍ରାକ୍ଟିସନର, ଡକ୍ଟର ମଧୁମିତା କ୍ରିଷ୍ଣନ ମୌସମୁୀ ସମୟରେ ନିଜ ଆହାରରେ ପ୍ରାକୃତିକ ଭାବେ ମିଠା ଓ ସ୍ୱଳ୍ପ ତୈଳଯୁକ୍ତ ଖାଦ୍ୟର ଗୁଣକୁ ଅନ୍ତର୍ଭୁକ୍ତ କରି ବାତ ଓ ପିତ ଦୋଷକୁ ସନ୍ତୁଳିତ ରଖିବାକୁ ପରାମର୍ଶ ଦେଇଛନ୍ତି ।  ବ୍ରଣ ଭଲ କରିବା ଓ ସଫା ତ୍ୱଚା ପାଇଁ ପୋଷଣଯୁକ୍ତ  ଆଲମଣ୍ଡଠାରୁ ଆରମ୍ଭ କରି ପୋଷଣକୁ ସନ୍ତୁଳିତ ରଖୁଥିବା ଅଁଳା ପର୍ଯ୍ୟନ୍ତ ସେ ୫ଟି ଆୟୁର୍ବେଦ ସୁଫରଫୁଡର ପରାମର୍ଶ ଦେଇଛନ୍ତି । । ତାଙ୍କ ସୁପାରିଶ ଅନୁଯାୟୀ, ଆଲମଣ୍ଡ ମୌସୁମୀ ଆହାରରେ ସାମିଲ କରିବା ପାଇଁ ଉପଯୁକ୍ତ ଖାଦ୍ୟ ଅଟେ । ଏହା ପ୍ରାଥମିକ ଭାବେ ମିଠା ହୋଇଥିବା ବେଳେ ବାତ ଓ ପିତ ଦୋଷକୁ ସନ୍ତୁଳିତ ରଖିବା ପାଇଁ ପରିଚିତ ଅଟେ । ପ୍ରକାଶିତ ଆୟୁର୍ବେଦ, ସିଦ୍ଧ ଓ ୟୁନାନି ଗ୍ରନ୍ଥ ଅନୁସାରେ, ଆଲମଣ୍ଡ ତ୍ୱଚା ସ୍ୱାସ୍ଥ୍ୟ ପାଇଁ ଉତମ ହୋଇଥିବା ବେଳେ ଏହା ତ୍ୱଚାକୁ ଉଜ୍ଜ୍ୱଳ କରିପାରେ । ଏହା ହଜମ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । କାଲିଫର୍ଣ୍ଣିଆ ଆଲମଣ୍ଡ ଭଳି ବାଦାମ ଓ ହଳଦୀ ଭଳି ସ୍ପାଇସକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଆମେ ଏକ ଉଜ୍ଜ୍ୱଳିତ ତ୍ୱଚା ପାଇପାରିବା ।