ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଘରୋଇ କଳହର କରୁଣ ପରିଣତି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ । ସ୍ତ୍ରୀକୁ ହାଣି ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ । ଏଭଳି ଘଟଣା ବୌଦ୍ଧ ପୁରୁଣାକଟକ ଥାନା ପଛପଟେ ଥିବା ବସ୍ତିରେ ଘଟିଛି। ମୃତ ସ୍ତ୍ରୀ ହେଲେ କୁନି ପ୍ରଧାନ। ପତ୍ନୀ ହନ୍ତା ସ୍ୱାମୀ ହେଲେ ସାର୍ଜନ ପ୍ରଧାନ। ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।