କଟକରେ ବେଆଇନ୍ ବନ୍ଧୁକ କାରଖାନା


କଟକ: କଟକରେ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି  । କଟକ ସଦର ଅନ୍ତର୍ଗତ ୪୨ମୌଜାରୁ କ୍ରାଇମବ୍ରାଞ୍ଚ ଏସଟିଏଫ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି  । ଏଠାରୁ ଶହ ଶହ ବନ୍ଧୁକ ଓ ମାଗାଜିନ ଜବତ କରାଯାଇଛି  । ବନ୍ଧୁକ କାରଖାନା ଠାବ କରିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି  । ଏସବୁ ଭିତରେ ବଡ଼ ଚର୍ଚ୍ଚାଟି ହେଉଛି, ୨ ଶହ ବନ୍ଧୁକ ପାଇଁ ଅର୍ଡ଼ର ମିଳିଥିଲା  । କିଏ ଅର୍ଡ଼ର ଦେଇଥିଲା ସେନେଇ ଏସଟିଏଫ ପକ୍ଷରୁ ଛାନଭିନ ଆରମ୍ଭ ହୋଇଯାଇଛି  ।
ସୂଚନା ମୁତାବକ, ୪୨ ମୌଜା ସ୍ଥିତ ଜଙ୍ଗଲ ଭିତରେ ଏକ ନିଛାଟିଆ ଛାଳ ଛପର ଘରେ ବନ୍ଧୁକ କାରଖାନା ଚାଲିଥିଲା  । ସରୋଜ ଚନ୍ଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା ତିଆରି ହୋଇ ହତିଆର କାରବାର ଚାଲିଥିଲା  । ଦୀର୍ଘ ଦିନ ହେବ ଏହି କାରଖାନା ଚାଲି ଆସୁଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ବନ୍ଧୁକ କାରଖାନା ଉପରେ ଆଜି ଚଢ଼ାଉ କରିଥିଲା । ବନ୍ଧୁକ ତିଆରି ପାଇଁ ବିହାରରୁ କଞ୍ଚାମାଲ ଆସୁଥିଲା  । ବନ୍ଧୁକ ତିଆରିରେ ବିହାରୀ କାରିଗରମାନେ ଲାଗିଥିଲେ  ।
କ୍ରାଇମବ୍ରାଞ୍ଚଞ୍ଚଏସଟିଏଫ ଆଜି ସରୋଜଙ୍କ ସମେତ ୩ଜଣ ବିହାରୀ କାରିଗରଙ୍କୁ ମଧ୍ୟ ଗିରଫ କରିଛି । ସେଠାରୁ ୩୦ରୁ ଅଧିକ ବନ୍ଧୁକ ସହିତ ଅନେକ ମେସିନ ଏସଟିଏଫ ଜବତ କରିଛି  ।