ସୁବର୍ଣ୍ଣପୁର ମେଣ୍ଡାମାଳ ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା

ସୁବର୍ଣ୍ଣପୁର ମେଣ୍ଡାମାଳ ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା

 ଯୁବକଙ୍କୁ ନିର୍ମମ ହତ୍ୟା। ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡାମାଳ ଗାଁରେ ଘଟିଛି ହତ୍ୟାକାଣ୍ଡ। ଜଣେ ମୃତ ଜଣେ ଗୁରୁତର  ମୃତକ ଜଣକ ବାଘମାରୀ ଗାଁର ଅଜିତ ଖଣ୍ଡଗିରି । ଗୁରୁତର ଜଣକ ଚମ୍ପାମାଳ ଗାଁର ବୋଲି ଜଣାପଡିଛି । ମେଣ୍ଡାମାଳ ଗାଁ ଶିବ ମନ୍ଦିର ସମ୍ମୁଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ତେବେ କିଏ ଓ କାହିଁକି ହତ୍ୟା କଲା ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ  ହୋଇପାରିନି । ଘଟଣା ପରେ ପୁଲିସ ଶଵକୁ ଜବତ କରି ବୀରମହାରାଜପୁର ଡାକ୍ତରଖାନାକୁ ନେଇଥିବାବେଳେ ଗୁରୁତର ଯୁବକଙ୍କୁ ବୀରମହାରାଜପୁର ଡାକ୍ତରଖାନରେ ଚିକିତ୍ସା କରାଯାଉଛି। ବୀରମହାରାଜପୁର ପୁଲିସ  ଡାକ୍ତରଖାନରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।