ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର : ଗ୍ୟାସ ଦୋକାନରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ୱରରେ ଅଟଳା ଅଞ୍ଚଳରେ ଘଟିଥିବା ଶୁକ୍ରବାର ସାମ୍ନାକୁ ଆସିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟଳା ଅଞ୍ଚଳରେ ଥିବା ଗ୍ୟାସ୍ ଦୋକାନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଯୁବକଙ୍କୁ ହତ୍ୟା କରି କେହି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି।