ପୁଲିସ ଏସ୍ଆଇ ପରୀକ୍ଷା ସ୍ଥଗିତ

ପୁଲିସ ଏସ୍ଆଇ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର : ପୁଲିସ SI ପରୀକ୍ଷା ସ୍ଥଗିତ। ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ମଙ୍ଗଳବାର OPRB ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ପୁଲିସ୍ ଏସଆଇ ପରୀକ୍ଷାରେ ଜାଲିଆତି ଖବର ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ OPRB ପକ୍ଷରୁ ଶୀଘ୍ର ଘୋଷଣା କରାଯିବ ବୋଲି କୁହାଯାଇଛି । ସୂଚନା ଅନୁଯାୟୀ, ଆନ୍ଧ୍ରରୁ ୧୨୦ ପରୀକ୍ଷାର୍ଥୀଙ୍କୁ ପୁଲିସ ଉଠାଇ ଆଣିଥିଲା । ଏହି ଛାତ୍ରମାନଙ୍କୁ ବ୍ରହ୍ମପୁରକୁ ଆଣି ପୁଲିସ ପଚରାଉଚରା କରୁଛି।