ସ୍ତ୍ରୀକୁ ଗୁଳି ମାରିଲା ସ୍ବାମୀ

ସ୍ତ୍ରୀକୁ ଗୁଳି ମାରିଲା ସ୍ବାମୀ

ବଲାଙ୍ଗୀର:  ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଟେଙ୍ଗରା ଗାଁରେ  ମଦ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ଗୁଳି ମାରିଲା ସ୍ବାମୀ  ମିଳିଥିବା ସୂଚନା ଅନୁସାରେ, ଟେଙ୍ଗରା ଗାଁର ଅଭିଯୁକ୍ତ ମଦ ପିଇବା ପାଇଁ ସ୍ତ୍ରୀକୁ ଟଙ୍କା ମାଗିଥଇଲା । ହେଲେ ମହିଳା ଜଣଙ୍କ ଟଙ୍କା ଦେବାକୁ ରୋକଠୋକ ମନା କରିଦେଇଥିଲେ । ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ ମହିଳାଙ୍କୁ ଉପରକୁ ଗୁଳିମାଡ଼ କରିଛି ।

ମହିଳାଙ୍କ ଜଙ୍ଘରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ମୁରିବାହାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଥାନାରେ ଏତଲା ପରେ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।