ନନ୍ଦନକାନନକୁ ଆସିଲେ ନୂଆ ଅତିଥି
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଦ୍ବିତୀୟ ଥର ପାଇଁ ମାଆ ହେଲା ବାଘୁଣୀ ମୌସୁମୀ । ଧଳା ବାଘୁଣୀ ମୌସୁମୀ ଜନ୍ମ ଦେଲା 2 ଶାବକ । ଯାହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା 29କୁ ବୃଦ୍ଧି ପାଇଛି ।ନନ୍ଦନକାନନର 20 ନଂ ଖୁଆଡ଼ରେ ଶନିବାର ବିଳମ୍ବିତ ରାତି ଦୁଇ ଘଣ୍ଟା ଅନ୍ତରରେ 2ଟି ଶାବକ ଜନ୍ମ ଦେଇଥିଲା। ଖୁଆଡରେ ଲାଗିଥିବା ସିସିଟିଭି ମାଧ୍ୟମରେ ତା’ ଉପରେ ନଜର ରଖାଯାଇଛି। ବାଘୁଣୀ ମୌସୁମୀ ଛୁଆମାନଙ୍କର ଯତ୍ନ ନେବା ସହିତ କ୍ଷୀର ପାନ କରଉଥିବା ଦେଖିବାକୁ ମିଳିଛି। ନନ୍ଦନକାନନରେ ବାଘ ସଂଖ୍ୟା 29କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି। 30 ଜୁଲାଇ 2024ରେ ମୌସୁମୀ ପ୍ରଥମ ଥର ମାଆ ହୋଇଥିଲା। ତିନୋଟି ଶାବକ ଜନ୍ମ ଦେଇଥିଲା। ତେବେ ସେମାନଙ୍କର ଠିକ ଭାବରେ ଯତ୍ନ ନେଇ ନପାରିବାରୁ ସମସ୍ତଙ୍କର ମୃତ୍ୟୁ ହୋଇଥିଲା। ଶନିବାର ପୁଣି ଧଳା