ନନ୍ଦନକାନନକୁ ଆସିଲେ ଆଉ ୨ ନୂଆ ଅତିଥି
ଭୁବନେଶ୍ୱର: ନନ୍ଦନକାନନକୁ କୋଲକାତା ଚିଡ଼ିଆଖାନାରୁ ଦୁଇ ଜିରାଫ ଆସିଛନ୍ତି। ଦୁଇ ଜିରାଫଙ୍କ ମଧ୍ୟରେ ଗୋଟିଏ ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ରହିଛି। କୋଲକାତାରୁ ଭୁବନେଶ୍ୱର ଅଣାଯିବା ପାଇଁ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କଡ୍ରନ୍ କରାଯାଇଥିଲା। ଏହି ରୁଟରେ ଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧାର ଜିଲ୍ଲାପାଳ ଓ ଏସପି, ଊୠଙଙ୍କୁ ଟ୍ରାଫିକ କ୍ଲିଏରାନ୍ସ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ। ଏହି ଦୁଇ ଜିରାଫ ଆସିବା ପରେ ନନ୍ଦନକାନନରେ ଜିରାଫଙ୍କ ସଂଖ୍ୟା ୩ରେ ପହଞ୍ଚିଛି।