ମୃତକଙ୍କ ପୁଅ ସହ କଥା ହେଲେ ନବୀନ
ଭୁବନେଶ୍ୱର: ଶରଧାବାଲିରେ ଦଳାଚକଟା ଯୋଗୁଁ ଏଥିରେ ଘଟିଥିବା ମୃତୁ୍ୟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏ ଅବସରରେ ନବୀନ ଜୟଦେବ ନିର୍ବାଚନମଣ୍ଡଳୀ ଅଠାନ୍ତରର ପ୍ରଭାତୀ ଦାସଙ୍କ ପୁଅ ଆୟୁଷ ଦାସଙ୍କ ସହିତ ହୋଇଛନ୍ତି । ମୁମ୍ବାଇରେ ଥାଇ ନବୀନ ଫୋନ୍ ଯୋଗେ ତାଙ୍କ ସହ କଥା ହୋଇଥିବା ବେଳେ ଗଭୀର ଶୋକବ୍ୟକ୍ତ କରି ପରିବାରକୁ ସମବେଦନା ଜଣାଇଥିଲେ ।
ଅପରପକ୍ଷେ ଆଜି ସନ୍ଧ୍ୟା ୬ଟା ବେଳେ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ପୁରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚôଛନ୍ତି । ସେଠାରେ କ୍ଷେତ୍ର ପରିଦର୍ଶନ କରିବା ସହିତ ପୁରୀ ମେଡିକାଲ ଗସ୍ତ କରି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି । ସେହିପରି ଚିକିତ୍ସାଧିକାରୀଙ୍କ ସହ କଥା ହୋଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ । ଏହି ପ୍ରତିନିଧିମଣ୍ଡଳୀରେ ସଞ୍ଜୟ ଦାସବର୍ମାଙ୍କ ସମେତ ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ବିଜେଡିର ସଭାପତି ଓ ଉପ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।