ନବ ଦାସ ହତ୍ୟା ମାମଲା: ଯାଂଚ୍ ହେବ ଗୋପାଳ ଦାସର କଲ୍ ରେକର୍ଡ

ନବ ଦାସ ହତ୍ୟା ମାମଲା:    ଯାଂଚ୍ ହେବ ଗୋପାଳ ଦାସର  କଲ୍ ରେକର୍ଡ

ନବଦାସ ହତ୍ୟା ମାମଲା । ଏହି ମାମଲାରେ କ୍ରାଇମ୍‌ବ୍ରାଂଚ ପୁଣି ସକ୍ରିୟ ହେଲା । ଅଭିଯୁକ୍ତ ଗୋପାଳ ଦାସର  କଲ୍ ରେକର୍ଡ ଯାଂଚ୍ ହେବ । ହତ୍ୟା କାଣ୍ଡର ଦୁଇ ମାସ ପୂର୍ବରୁ କାହାକାହା ସହ ଯୋଗାଯୋଗରେ ଥିଲା ଗୋପାଳ। କ୍ରାଇମ୍‌ବ୍ରାଂଚ ଖୋଜୁଛି ।   ହତ୍ୟାକାଣ୍ଡ ଘଟାଇବା ଏକ ରୁ ଦୁଇ ମାସ ମଧ୍ୟରେ ଗୋପାଳ କାହା ସହ କଥା ହୋଇଥିଲା କ୍ରାଇମ୍‌ବ୍ରାଞ୍ଚ ତାହା ଖୋଜୁଛି । ଆବଶ୍ୟକ ପଡିଲେ କଲ୍ ରେକର୍ଡ ଡାଟା ମିଳିବା ପରେ କିଛି ଅନ୍ୟ ବ୍ୟକ୍ତିଙ୍କୁ ଜେରା ହୋଇପାରେ। ସ୍ପଟ୍ ଇନ୍‌କ୍ୱାରୀ ସହ କ୍ରାଇମ୍‌ବ୍ରାଞ୍ଚର ଫାଷ୍ଟ ଷ୍ଟେପ ଇନ୍‌କ୍ୱାରୀ ସରିଛି ।