ଛାତ୍ରୀଙ୍କୁ ହସ୍ପିଟାଲରେ ଭେଟିଲେ ସାଂସଦ
ାା ପ୍ରଭାନୁ୍ୟଜ୍ ।ା ନୀଳଗିରି : ନୀଳଗିରି ବ୍ଲକ୍ ଧୋବଶିଳା ଗ୍ରାମର ସ୍ନେହାଶ୍ରୀ (୧୩) ଜଣେ ମେଧାବୀ ଛାତ୍ରୀ ଭାବରେ ଭଲ ପାଠ ପଢୁଥିବାରୁ ବାପା ମା ଅନେକ ସ୍ୱପ୍ନ ଦେଖିଥିଲେ । ମାତ୍ର ହଠାତ୍ ଝିଅ ଅଜଣା ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ଧୋବଶିଳା ଗ୍ରାମର ସୁଧିରଞ୍ଜନ ନାୟକ ଓ ମାଆ ସଂଜୁରାଣୀ ନାୟକଙ୍କ ଏକମାତ୍ର କନ୍ୟା ସ୍ନେହାଶ୍ରୀ ଜାମୁଡ଼ିହା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ପଢୁଥିବା ବେଳେ କିଛିଦିନ ପୂର୍ବରୁ ଅସୁସ୍ଥତା କାରଣରୁ ବାଲେଶ୍ୱର ହସ୍ପିଟାଲରେ ଚିକିସôା କରାଇ ମେଡ଼ିସିନ ଖାଉଥିଲେ । ମାତ୍ର ଧିରେ ଧିରେ ତାଙ୍କର ଶରୀରରେ ବିଭିନ୍ନ ସ୍ଥାନରେ ପାଣି ଫୋଟକା ଭଳି ବାହାରି ଶରୀରର ବିଭିନ୍ନ ଅଙ୍ଗରୁ ଚମଡା ବାହାରିବାକୁ ଲାଗିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲ୍ ଶିଶୁବିଭାଗରେ ଆଡମିଟ୍ କରାଯାଇ ଚିକିସôା କରାଯାଉଥିବା ବେଳେ ସ୍ନେହାଶ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏବେବି ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ପରିବାର ସୂତ୍ରରୁ ପ୍ରକାଶ । ଖବର ପାଇ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଙ୍ଗଳବାର ହସ୍ପିଟାଲରେ ପହଞ୍ଚି ଗୁରୁତର ସ୍ନେହାଶ୍ରୀଙ୍କ ଅବସ୍ଥା ପରିବାର ଲୋକଙ୍କୁ ପଚାରି ବୁଝିଥିଲେ । ପରେ ହସ୍ପିଟାଲର ଏକ ଡ଼ାକ୍ତରୀ ଟିମ୍ ପହଞ୍ଚି ସାଂସଦଙ୍କ ସହିତ ଆଲୋଚନା କରିଥିବା ବେଳେ ଝିଅକୁ କିପରି ଉକôୃଷ୍ଟ ସେବା ଯୋଗାଇ ଦିଆଯିବ ସେ ବିଷୟରେ ଆଲୋଚନା କରିଥିଲେ ।