ବନ୍ଦ ହେବନି ଆମ ଓଡ଼ିଶା ନବୀନ ଓଡ଼ିଶା କାମ
ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର : ଆମ ଓଡିଶା ନବୀନ ଓଡିଶା କାମ ପୁଣି ଆରମ୍ଭ ହେବ ବୋଲି ବିଧାନସଭା ପ୍ରଶ୍ନକାଳରେ ଗୃହରେ ବିବୃତ୍ତି ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ମନ୍ତ୍ରୀ କହିଲେ, ଆମ ଓଡିଶା ନବୀନ ଓଡିଶାରେ ୩୪୫୭ କୋଟିର ଟଙ୍କାର ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିଲା । ଏଥିରୁ ମାତ୍ର ୩୦ ରୁ ୪୦ ପ୍ରତିଶତ କାମ ହୋଇଛି । ବାକି କିଛି କାମ ଚାଲୁଛି । କିଛି କିଛି ସ୍ଥାନରେ ଜମି ଅଧିଗ୍ରହଣ କି କିଛି ଅଲଗା କାରଣ ବାକି ରହିଛି ତାକୁ ପୁଣି ଥରେ ଆରମ୍ଭ କରାଯିବ । ଆଜି ବିଧାନସଭାରେ ଆମ ଓଡିଶା ନବୀନ ଓଡିଶା ଓ ମନରେଗା ନେଇ ପ୍ରଶ୍ନ କରିଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ।
ମନ୍ତ୍ରୀ ଆହୁରି କହିଲେ ଯେ, ଆମ ଓଡିଶା ନବୀନ ଓଡ଼ିଶାରେ ଯେଉଁ କାମ ହୋଇଛି ସେଥିରେ କିଛି ତଥ୍ୟ ବ୍ଲକ ଓ ପଞ୍ଚାୟତ ଲେବୁଲରେ ତାହା ବର୍ତ୍ତମାନ ସୁଦ୍ଧା ବିଭାଗର ହସ୍ତକ୍ଷେପ ହୋଇନାହିଁ । ଖୁବଶୀଘ୍ର ତଥ୍ୟ ଦାଖଲ ପାଇଁ ଆମେ ବିଭାଗ ପକ୍ଷରୁ ନିଦେ୍ର୍ଦଶ ଦେଇଛୁ । ଆମ ଓଡିଶା ନବୀନ ଓଡିଶା ବଜେଟର ୮୦ ପ୍ରତିଶତ ଅର୍ଥ ଡ଼ିଆରଡ଼ିଏରେ ରହିଛି । ଆମ ଓଡିଶା ନବୀନ ଓଡିଶାରେ ଯେଉଁ କାମ ହୋଇଛି ତାହାର ଅନୁଦାନ ନିଶ୍ଚିତ ଭାବେ ଦିଆଯିବ । ସେଥିରେ କୌଣସି ସନେ୍ଦହ ନାହିଁ । ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ବୁଲାଇବା ଓ କୀର୍ତ୍ତନ ମଣ୍ଡଳୀ ବୁଲାଇବା କାରଣରୁ ଆମ ଓଡିଶା ନବୀନ ଓଡିଶାର ଅନେକ ଟଙ୍କା ସେଥିରେ ଲାଗିଥିଲା । ଯେଉଁଥି ପାଇଁ ବିକାଶ ମୂଳକ କାର୍ଯ୍ୟ ପାଇଁ ଟଙ୍କାର ଅଭାବ ଦେଖା ଦେଇଥିବ । ତେଣୁ ଆମେ ତା ପାଇଁ ପଦକ୍ଷେପ ନେବାକୁ ଯାଉଛୁ । ମନରେଗାରେ ବ୍ୟାପକ ବାଟମାରଣା ହେଉଛି । ବଡ଼ ବଡ଼ ଲୋକଙ୍କ ନାଁରେ ଜବ୍ କାର୍ଡ ରହୁଛି । ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି । କାମ କରୁଥିବା ଲୋକ ଟଙ୍କା ପାଉ ନାହାନ୍ତି । ତେଣୁ ଆମେ ଯୋଜନା କରୁଛୁ ଏହାର ତଦନ୍ତ କରାଯାଇ ବନ୍ଦ କରି ଆଗକୁ ଓଡିଶାକୁ ଦାଦନ ମୁକ୍ତ କରିବୁ ବୋଲି ମନ୍ତ୍ରୀ କହିଛନ୍ତି ।