ଓଭର ବ୍ରିଜରୁ ଖସିଲା ବସ୍ ୫ ମୃତ,୧୫ ଗୁରୁତର

ଓଭର ବ୍ରିଜରୁ ଖସିଲା ବସ୍ ୫ ମୃତ,୧୫ ଗୁରୁତର

 ରସଲୁପୁର : ଓଭରବି୍ରଜ ଉପରୁ ଏକ ଯାତ୍ରୀବାହୀ ବସ ତଳକୁ ଖସିପଡିବାରୁ ୫ଜଣ ଯାତ୍ରୀଙ୍କ ମୃତୁ୍ୟ ହୋଇଛି । ଏଥିରେ  ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଓ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ଏପରି ଲୋମଟାଙ୍କୁରା  ଦୁର୍ଘଟଣା ଘଟିଛି । ବସଟି ପୁରୀରୁ ଆଜି ଅପରାହ୍ଣ ୪ଟାରୁ ବାହାରି  ପଶ୍ଚିମବଙ୍ଗର ହଳଦିଆ ଅଭିମୁଖେ ଯାଉଥିବା ବେଳେ ଅଧା ବାଟରେ ଘଟିଛି ଏପରି ମର୍ମନ୍ତୁଦ ଦୁର୍ଘଟଣା । ୫ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରାଥମିକ ଅବସ୍ଥାରେ ଆହତ ଯାତ୍ରୀମାନଙ୍କୁ ଧର୍ମଶାଳା ଓ ଯାଜପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଉଛି ।  ନିଜେ ସିଡିଏମଓ ଗୋଟିଏ ଟିମ ସହ ଦୁର୍ଘଟଣାସ୍ଥଳରେ ପହଞ୍ଚô ଚିକିତ୍ସା ଆରମ୍ଭ କରିଛନ୍ତି ।
ବସଟି ତଳକୁ ଖସିଲା ବେଳେ ଏହା ତଳେ ଲୋକମାନେ ଯିବା ଆସିବା କରୁଥିଲେ । ସେହିପରି ନିକଟରେ ଗୋଟିଏ ମାର୍କେଟ ରହିଛି । ତେଣୁ ବସ୍ ତଳେ କିଛି ଲୋକ ·ପି ହୋଇ ରହିଥିବା କୁହାଯାଉଛି । ଖବର ପାଇ ତୁରନ୍ତ ପୁଲିସ୍ ଓ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚô ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି । ସ୍ଥାନୀୟ ଏସପି ଓ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତ । ଉଦ୍ଧାରକାରୀ ଟିମଙ୍କୁ ସାଧାରଣ ଜନତା ସହାୟତା କରୁଛନ୍ତି । ଉଦ୍ଧାର କାର୍ଯ୍ୟରେ ୧୬ଟି ଆମ୍ବୁଲାନ୍ସ ଓ ୫ଟି କ୍ରେନକୁ ନିୟୋଜିତ କରାଯାଇଛି । ଦୁର୍ଘଟଣା ସ୍ଥଳଟି କାନ୍ଦ ବୋବାଳି ଓ ଚିକ୍ରାରରେ ଫାଟି ପଡୁଛି । କାହାର ହାତ ଭାଙ୍ଗିଯାଇଛି ତ କାହାର ଗୋଡ ଭାଙ୍ଗିଛି । କାହାର ମୁଣ୍ଡ ଫାଟିଛି ତ କାହାର ଛାତିରେ ଆଘାତ ଲାଗିଛି ।   ଆହତଙ୍କ ମଧ୍ୟରେ ମହିଳାଙ୍କ ସହ ଛୋଟ ଛୋଟ ପିଲା ମଧ୍ୟ ରହିଛନ୍ତି । ଖବର ଲେଖା ହେବା ବେଳକୁ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା ପ୍ରକାଶ ପାଇଛି ।  
ଅପରପକ୍ଷରେ ଯାଜପୁର ଜିଲ୍ଲା  ବାରବାଟୀ ଛକ ଅଞ୍ଚଳରେ ଏକ ଯାତ୍ରୀ ବାହୀ ବସ ଫ୍ଲାଏଓଭରରୁ ତଳକୁ ଖସିବା ଘଟଣାରେ ୫ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି  । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି  । ଏହାସହିତ ଆହତ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ଚିକିସ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି  । 

ଆମ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ,  ବସ୍ ନମ୍ବର ଓଡି-୦୪ବିକେ-୮୫୯୯ କାଳିଆ ନନା ନାମକ ଏକ ବସ ପୁରୀରୁ ଯାତ୍ରୀଙ୍କୁ ଧରି କୋଲକାତା ଅଭିମୁଖେ ଯାଉଥିଲା  । ତେବେ ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ବଜାର ନିକଟରେ ରାତି ପ୍ରାୟ ୮ଟା ୪୫ ସମୟରେ ଓଭରବ୍ରିଜ୍ର ପ୍ରାୟ ୨୫ ଫୁଟ ଉଚ୍ଚରୁ ବସ୍ଟି ଖସି ପଡିଥିଲା  । ଯାହା ଫଳରେ ସେଥିରେ ଥିବା ଯାତ୍ରୀମାନେ ଚାପି ହୋଇ ରହିଯାଇଥିଲେ  । ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଦେଖି ବସ୍ ଭିତରୁ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିବା ସହ କୁଆଖିଆ ଓ ଧର୍ମଶାଳା ଥାନାକୁ ଖବର ଦେଇଥିଲେ  । ଖବର ପାଇ ଧର୍ମଶାଳା ଏବଂ କୁଆଖିଆ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ  । ପ୍ରଥମେ ବସ୍ ଭିତରେ ଥିବା ଯାତ୍ରୀମାନଙ୍କୁ  ବାହାରକୁ ବାହାର କରିବା କଷ୍ଟକର ହୋଇପଡିଥିଲା ବେଳେ ୩ ଜଣକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ  । ପରେ ୨୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହିତ ୩୦ ଜଣ ଆହତଙ୍କୁ ଧର୍ମଶାଳା, ଯାଜପୁର ଓ ଗୁରୁତରଙ୍କୁ କଟକ ମେଡ଼ିକାଲକୁ ପଠାଇଥିଲେ  । ଦୁର୍ଘଟଣା ସ୍ଥଳରେ ହଜାର ହଜାର ଲୋକଙ୍କ ଭିଡ ହୋଇଥିଲା ବେଳେ ଏହି ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଦେଖା ଯାଇଥିଲା  । ମୃତାହତଙ୍କର ପରିଚୟ ମିଳିପାରିନାହିଁ  ।  ତେବେ ଏହି ଦୁର୍ଘଟଣାରେ ଗୁରୁତର ଓ ଆହତମାନଙ୍କୁ ପ୍ରଶାସନ ପକ୍ଷରୁ ୧୦ଟି ଆମ୍ବୁଲାନ୍ସ ଯୋଗେ ବିଭିନ୍ନ ମେଡ଼ିକାଲକୁ ପ୍ରାଥମିକ ଚିକିସôା ପାଇଁ ପଠାଇ ପରିସ୍ଥିତିକୁ ଅନୁଧ୍ୟାନ କରୁଥିବା ଜଣାପଡିଛି  ।