ମୁଖ୍ୟମନ୍ତ୍ରୀଙ୍କ ଫେକ୍ ଭିଡ଼ିଓ ଭାଇରାଲ୍ : ରାୟଗଡ଼ାରୁ ଅଭିଯୁକ୍ତ ଗିରଫ

 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଫେକ୍ ଭିଡ଼ିଓ ଭାଇରାଲ୍ ମହଙ୍ଗା ପଡ଼ିଛି  । ଏନେଇ ଅଭିଯୋଗ ପରେ ରାୟଗଡ଼ାରୁ କିଶୋର କୌଶଲ୍ୟାକୁ ଗିରଫ କରାଯାଇଛି  । ତା’ର ଘର ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନାର ଷ୍ଟେସନ ସାହିରେ ବୋଲି ଜଣାପଡ଼ିଛି  । ସୂଚନାଯୋଗ୍ୟଯେ, କିଶୋର ତା’ ଫେସବୁକ୍ରେ ମୁଖ୍ୟମନ୍ତ୍ରୀଙ୍କ ଏକ ଏଆଇ ଭିଡ଼ିଓ ପୋଷ୍ଟ କରିଥିଲା  । ଯାହାକି ଅଶ୍ଳୀଳ ଓ ଅରୁଚିକର ଥିଲା  । ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ପାଇଁ ଉଦେ୍ଦଶ୍ୟମୂଳକ ଭାବେ ସେ ଏଭଳି ପୋଷ୍ଟ କରିଥିବା ନେଇ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ ହୋଇଥିଲା  । ଫେସବୁକରୁ ଏହି ପୋଷ୍ଟ ହଟାଇବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ମେଟାକୁ ଅନୁରୋଧ କରାଯାଇଥିଲା  । ତଦନ୍ତ ପରେ ଉକ୍ତ ଫେସବୁକ ଆକାଉଣ୍ଟଟି ରାୟଗଡ଼ା ଜିଲ୍ଲାର ଜଣେ ବ୍ୟକ୍ତିଙ୍କର ହୋଇଥିବା ଜଣାପଡ଼ିଥିଲା  । ଆଜି ଅଭିଯୁକ୍ତ କିଶୋରକୁ ଗିରଫ କରାଯିବା ସହ ଜେଲ୍ ପଠାଇ ଦିଆଯାଇଛି  ।  ପୃଷ୍ଠାରେ...