ନବରାତ୍ର ପାଇଁ ପ୍ରସ୍ତୁତି ବୈଠକ


ାା ପ୍ରଭାନୁ୍ୟଜ ।ା ରସୁଲପୁର,: ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟି ପଞ୍ଚାୟତ ଅଧିନ ଦୁର୍ଗାପୁର ଗ୍ରାମର ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଚଳିତ ବର୍ଷ ନବରାତ୍ର ପୂଜା ପ୍ରସ୍ତୁତି ବୈଠକ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ତପନ କିଶୋର ଷଡଙ୍ଗୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଚଳିତବର୍ଷ ନବରାତ୍ର ଅକ୍ଟୋବର ମାସ ୩ ତାରିଖରୁ ଆରମ୍ଭ ହୋଇ୧୨ତାରିଖ ପର୍ଯ୍ୟନ୍ତ ନବଦିନାତ୍ମକ ପୂଜା ବୈଦିକ ରିତିନୀତି ମତେ ଅନୁଷ୍ଠିତ ହେବ । ଏହିବର୍ଷ ଆନୁମାନିକ ୫୦ହଜାରରୁ ଊଦ୍ଧ୍ୱର୍ ଭକ୍ତମାନଙ୍କ ସମାଗମ ହେବାର ସମ୍ଭାବନା କମିଟି ଉପଲବ୍ଧି କରିବା ସହ ଭକ୍ତ କିପରି ଶୃଙ୍ଖଳାର ସହ ମା’ଙ୍କ ଦର୍ଶନ କରିପାରିବେ ତାହା ବୈଠକରେ ଗୁରୁତ୍ୱ ଆରୋପ ଦିଆଯାଇଛି । ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନର ବ୍ୟବସ୍ଥା କରିବା ପାଇଁ ବୈଠକରେ ସ୍ଥିର କରାଗଲା । ବୈଠକରେ ଟ୍ରଷ୍ଟ ବୋର୍ଡର ସମସ୍ତ ସଭ୍ୟ ଓ ମା’ଦୁର୍ଗା ଆଞ୍ଚଳିକ ଉନୟନ କମିଟିର ସଂପାଦକ ବ୍ରୁନ୍ଦାବନ ପାଢ଼ୀ, ସଭ୍ୟ ଅମିତାଭ ମହାପାତ୍ର, ନିରଞ୍ଜନ ପାଣିଗ୍ରାହୀ, ଗଦାଧର ବେହେରା, ଆଲୋକ କର, ଇନ୍ଦ୍ରମଣି ମହାନ୍ତି, ଶଶାଙ୍କ ଦାସ, ବେଣୁଧର ମହାରଣା, ପଣ୍ଡିତ ବିଜୟ କର, ଆଲୋକ ପଣ୍ଡା, ଦିଲୀପ ପାଢ଼ୀ, କ୍ରଷ୍ଣଚନ୍ଦ୍ର ରାଉତ, ମିନତି ସାହୁ ପ୍ରମୁଖ ଉପସ୍ଥିତ ରହିବା ସହ ମା’ଦୁର୍ଗା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମସ୍ତ ସଭ୍ୟ ଓ ଦୁର୍ଗାପୁର ଗ୍ରାମର ଗ୍ରାମବାସୀ ବୈଠକରେ ଉପସ୍ଥିତ ରହିଥିଲେ । ଟ୍ରଷ୍ଟ ବୋର୍ଡର ସଭ୍ୟ ବିଭୁତି ଦାଶ ଧନ୍ୟବାଦ ଦେଇଥିଲେ ।