ବର୍ଦ୍ଧିତ ଭତ୍ତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଦିବ୍ୟାଙ୍ଗ

 ନୂଆପଡା : ବର୍ଦ୍ଧିତ ଭତ୍ତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୁଇ ଦିବ୍ୟାଙ୍ଗ । ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଡୁଆଝର ଗ୍ରାମର ରିତାଞ୍ଜଳି ମେହେର ଶ୍ରବଣ ଶକ୍ତି ଶହେ ପ୍ରତିଶତ ହରାଇଥିବାବେଳେ ତାଙ୍କୁ ସରକାରଙ୍କ ବର୍ଦ୍ଧିତ ଭତ୍ତା ମିଳିପାରୁନାହିଁ । ସେହିପରି ଖଡିଆଳ ବ୍ଲକ ଡୁଆଝର ଗ୍ରାମ ପଞ୍ଚାୟତ ନିବାସୀ ରାମଜୀ ସତନମି ମଧ୍ୟ ଶହେ ପ୍ରତିଶତ ଦିବ୍ୟାଙ୍ଗ ଅଟନ୍ତି । ତାଙ୍କ ଦୁଇ ଗୋଡ଼ ଏକ ରେଳ ଦୁର୍ଘଟଣାରେ କଟି ଯାଇଥିବାବେଳେ ସେ ଠିକ୍ ରୂପେ ଜୀବନ ନିର୍ବାହ କରିବା କଷ୍ଟ ହେଉଛି । ତେବେ ଏହି ଦିବ୍ୟାଙ୍ଗ ଦ୍ୱୟ ସରକାରଙ୍କ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚôତ ହେଉଛନ୍ତି । ତାଙ୍କୁ ପୂର୍ବରୁ ୧୨୦୦ ଟଙ୍କା ଭତ୍ତା ପାଉଥିବାବେଳେ ବର୍ଦ୍ଧିତ ରୂପେ ୩୫୦୦ ପାଇବା କଥା କିନ୍ତୁ ତାଙ୍କୁ ବର୍ଦ୍ଧିତ ଭତ୍ତା ମିଳିପାରିନାହିଁ ।  ଯାହାକୁ ନେଇ ଦୁଇ ଜଣ ଦିବ୍ୟାଙ୍ଗ ଜିଲ୍ଲାପାଳଙ୍କୁ ଭେଟି ଭତ୍ତା ପାଇଁ ଗୁହାରି କରିଥିଲେ । ଯାହାଫଳରେ ଜିଲ୍ଲାପାଳ ସେମାନଙ୍କ କଥା ଶୁଣି ଖଡିଆଳ ବିଡ଼ିଓଙ୍କୁ ଆବଶ୍ୟକ ପଦକ୍ଷେପ ପାଇଁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।