ମଧୁବନ ସାହିତ୍ୟ ସଂସଦର ଶାରଦୀୟ କବିତା ଆସର 

ାା ପ୍ରଭାନୁ୍ୟଜ ।ା କୁଆଖିଆ:  ମଧୁବନ ସାହିତ୍ୟ ସଂସଦ ପକ୍ଷରୁ ଶାରଦୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ମଧୁବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ଉସôବରେ ସଂଦର ସଭାପତି କବି ବସନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, ପ୍ରାଧ୍ୟାପକ ଡ.ଦାମୋଦର ବେହେରା ଯୋଗଦେଇ ଆଧୁନିକ ଓଡ଼ିଆ ସାହିତ୍ୟର ଦିଗ ଓ ଦିଗନ୍ତ ସମ୍ପର୍କରେ ଆଲୋକପାତ କରିଥିଲେ । ସଂଯୋଜକ ଭାବରେ ଗୀତି କବି ପ୍ରତାପରୁଦ୍ର ପଣ୍ଡା, ଜିତେନ୍ଦ୍ର କୁମାର ବେହେରା ଓ ପ୍ରେମଲତା ମହାରଣାଙ୍କ ବଳିଷ୍ଠ ସଂଯୋଜନାରେ କବିତା ପାଠ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସହ-ସଂପାଦକ ରବିନ୍ଦ୍ର କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ସନ୍ତୋଷ କୁମାର ସାହୁ ସଂସଦର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବସନ୍ତ କୁମାର ସାହୁଙ୍କ ଶିଶୁ ଶିକ୍ଷା ସମ୍ବଳିତ ପୁସ୍ତକ "ପବନ ରହେ କେଉଁଠି’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ବରିଷ୍ଠ କବି ରାମଚନ୍ଦ୍ର ଦାଶଙ୍କ ସମୀକ୍ଷା କବିତା ଗୁଡିକୁ ରୁଦ୍ଧିମନ୍ତ କରିଥିବା ବେଳେ ଏଥିରେ କବୟିତ୍ରୀ ସରୋଜିନୀ ପତି, ଧରିତ୍ରୀ ଦାଶ, ପ୍ରଭାତ କୁମାର ମଲ୍ଲିକ, ବୈଦେନ୍ଦ୍ରନାଥ ସାହୁ, ସନ୍ତୋଷ କୁମାର ପାଢୀ, ରମାକାନ୍ତ ସ୍ୱାଇଁ, ନମିତା ଗିରି, ଗାୟତ୍ରୀ ନାୟକ, ଅଭୟ କୁମାର ତ୍ରିପାଠୀ, ଶରତ ଚନ୍ଦ୍ର ପଣ୍ଡା, ପ୍ରବୀର ନାୟକ, କାଳନ୍ଦି ଚରଣ କଣ୍ଠ, ପତିତପାବନ ପତି, ପର୍ଶୁରାମ ସାହୁ, ସୁଦାମ ଚରଣ ଦାସ, ସୁରେନ୍ଦ୍ର କୁମାର ବେହେରା, ରବିନ୍ଦ୍ର କୁମାର ସାହୁ, ରଂଜନ କୁମାର ବାରିକ, ସନ୍ଧ୍ୟା ଘଡେଇ, ଗୀତାଞ୍ଜଳି ମହାରଣା, ଐଶ୍ୱର୍ୟା ସାହୁଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ କବି, କବୟିତ୍ରୀ କବିତା ଆବୃତି କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଉପଦେଷ୍ଟା ନିତ୍ୟାନନ୍ଦ ମହାନ୍ତି ପରିଚାଳନା କରିଥିବାବେଳେ କୋଷାଧ୍ୟକ୍ଷ ଧୀରେନ୍ଦ୍ର କୁମାର ସାହୁ, କୈଳାସ ଚନ୍ଦ୍ର ପତି, ପ୍ରହଲ୍ଲାଦ ମଲିକ ପ୍ରମୁଖ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମଲିକ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।