ଲୋଧାଝରୀ ପୀଡ଼ିତାଙ୍କୁ ନ୍ୟାୟ ଦାବି: ଅଖିଳ ଭାରତୀୟ ପରିସଂଘ ଡେମା ପକ୍ଷରୁ ସ୍ମାରକପତ୍ର
ତାଳଚେର : ସୁଭଦ୍ରା ଗଣଦୁଷ୍କର୍ମ ଓ ହତ୍ୟାକରୀଙ୍କୁ ସାତଦିନ ମଧ୍ୟରେ ଗିରଫ କରାଯାଇ ସମ୍ପୃକ୍ତ ଅପରାଧିଙ୍କୁ କଠୋର ଦଣ୍ଡବିଧାନ ଏବଂ ଅନୁଗୋଳ ଜିଲ୍ଳାରେ ଅପରାଧିକ କାର୍ଯ୍ୟ ରୋକିବା, ଆଇନ ବ୍ୟବସ୍ଥା ସୁଦୃଢ଼ ଆଦି ଦାବିରେ ଅଖିଳ ଭାରତୀୟ ପରିସଂଘ ଡେମା ପକ୍ଷରୁ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । କଣିହାଁ ବ୍ଲକ ଓ ତାଳଚେର ଅଞ୍ଚଳର ଜନସାଧାରଣ, ଜନତା, ଦଳିତ, ଓବିସି, ମାଇନଟରିସ୍ ଆଦିବାସୀ ସଙ୍ଗଠନ ଡେମା ପରିସଂଘ ଓ ଡବିଆର୍ ଆମ୍ବେଦକର ସ୍ମୃତି ପରିଷଦ, କଣିହାଁ କାର୍ଯ୍ୟନିର୍ବାହୀ ପ୍ରକାଶ କରିଛନ୍ତି ଯେ, କଣିହାଁ ଥାନା ଅନ୍ତର୍ଗତ ଲୋଧାଝରୀ ଗ୍ରାମର ଭୂବନେଶ୍ୱରରେ ଚାକିରି କରିଥିବା ସୁଭଦ୍ରା ନାମକ ଯୁବତୀ ଗତ ୨୬/୦୪/୨୦୨୫ ରିଖରେ ଘରୁ ଆସି ତାଳଚେର ରୋଡ୍ ଷ୍ଟେସନରୁ ନିଖୋଜ ହୋଇଯାଇଥିଲେ । ଦୀର୍ଘ ଦଶଦିନ ପରେ ଉକ୍ତ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମରଶରୀର ବଅଁରପାଳ ବ୍ଲକ ଭୋଗବେରଣୀ ପଞ୍ଚାୟତ କେନ୍ଦୁପଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ ବିଲରୁ ମିଳିଥିଲା । ଏହାର ଠିକ୍ ଏକ ଦିନପରେ ଆଉ ଏକ ଲୋମ ଟାଙ୍କୁରା ଘଟଣା ଦେଉଳବେଡା କୋଲିୟରୀର ଦଳିତ ବିମଳ ନାଏକଙ୍କ ପୁଅ ବିଶ୍ୱଜିତ୍ ନାଏକ ନିଖୋଜ ହୋଇଯାଇଥିଲେ ଏବଂ ତାଙ୍କର ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ତେବେ ଏସବୁ ଘଟଣାର ୧୩/୧୪ ଦିନ ଘଟିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରିବା ପୋଲିସ୍ ବିଫଳ ହୋଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେଣୁ ଉକ୍ତ ଘଟଣା ଗୁଡିକୁ କେନ୍ଦ୍ରକରି ଅଖିଳ ଭାରତୀୟ ପରିସଂଘ ପକ୍ଷରୁ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଦାବି ଗୁଡିକ ହେଲା ଘଟଣାରେ ସମ୍ପୃକ୍ତ ଅପରାଧିଙ୍କୁ ତୁରନ୍ତ ଗିରଫ କରି ଭାରତୀୟ ସମ୍ବିଧାନ ଆଇନ୍ ଅନୁଯାୟୀ କଠୋରୁ କଠୋର ଦଣ୍ଡ ବିଧାନ କରିବା, ଉପଯୁକ୍ତ ସମୟରେ ଘଟଣା ଗୁଡିକୁ ତଦାରଖ ନକରି ଅବହେଳା କରିଥିବାରୁ ଥାନା ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର, ମୃତକ ଭଉଣୀ ସୁଭଦ୍ରା ପାଦିଲ ଓ ମୃତ ଯୁବକ ବିଶ୍ୱଜିତ୍ ନାଏକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୫୦ଲକ୍ଷ ଟଙ୍କା, ସୁଭଦ୍ରା ପାଦିଲ ଘରର ଏକମାତ୍ର ରୋଜାଗରିଆ ଝିଅ ହୋଇଥିବାରୁ ତାଙ୍କର ପରିବାର ଜଣକୁ ଚାକିରି ଓ ବାସଗୃହ ଯୋଗାଇ ଦେବା, କଣିହାଁ ଠାରେ ଏକ ରେଳଷ୍ଟେସନ ନିର୍ମାଣ ଏବଂ ରେଳଷ୍ଟସନ ନିର୍ମାଣ ନହେବା ଯାଏଁ ତାଳଚେର ପର୍ଯ୍ୟନ୍ତ ଗମନାଗମନ ପାଇଁ ଏକ ସରକାରୀ ବସ୍ ଚଳାଚଳ ଆଦି ଦାବିରେ ଅଖିଳ ଭାରତୀୟ ପରିସଂଘ ଡେମା ପକ୍ଷରୁ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଡାମା ପରିସଂଘ ରାଜ୍ୟ ସଭାପତି ଏଲ୍. ମାଣିକ ପ୍ରଭା, ଡାମା ସାଧାରଣ ସମ୍ପାଦକ ନନ୍ଦିନୀ ନାଏକ, ରାଜକିଶୋର ସାହୁ, ଭାରତୀ ବେହେରା, ସୂର୍ଯ୍ୟକାନ୍ତି ନାଏକ ଉପସ୍ଥିଥିଲେ ।