୬୦ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି: କେନ୍ଦ୍ର ପରିବହନ ମନ୍ତ୍ରୀ

୬୦ ଲକ୍ଷ ଲୋକଙ୍କୁ  ମିଳିବ ନିଯୁକ୍ତି: କେନ୍ଦ୍ର ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ:  ଡ୍ରାଇଭର ନିଯୁକ୍ତିକୁ ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ସେ କହିଛନ୍ତି ଯେ, ଦେଶରେ ୨୨ ଲକ୍ଷ ଦକ୍ଷ ଡ୍ରାଇଭରଙ୍କ ଅଭାବ ରହିଛି । ଗୁରୁବାର ଦିନ ସେ ଲୋକସଭାରେ କହିଥିଲେ ଯେ, ଉପଯୁକ୍ତ ତାଲିମ ସୁବିଧା ଅଭାବରୁ ଅନେକ ଦୁର୍ଘଟଣା ଘଟୁଛି । ପ୍ରଶ୍ନକାଳରେ ଗଡକରୀ କହିଥିଲେ ଯେ କେନ୍ଦ୍ର ସରକାର ଡ୍ରାଇଭରମାନଙ୍କ ପାଇଁ ତାଲିମ ପ୍ରତିଷ୍ଠାନ ସ୍ଥାପନ କରିବା ପାଇଁ ୪,୫୦୦ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରିଛନ୍ତି ।କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ଭାରତରେ ୨୨ ଲକ୍ଷ ଡ୍ରାଇଭରଙ୍କ ଅଭାବ ରହିଛି । ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଉପଯୁକ୍ତ ଡ୍ରାଇଭିଂ ତାଲିମ ସୁବିଧାର ମଧ୍ୟ ଅଭାବ ଅଛି, ଯାହା ଫଳରେ ଅନେକ ଦୁର୍ଘଟଣା ଏବଂ ମୃତ୍ୟୁ ଘଟୁଛି । ନୀତିନ ଗଡକରୀ କହିଛନ୍ତି ଯେ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସାରା ଦେଶରେ ଡ୍ରାଇଭିଂ ତାଲିମ ପ୍ରତିଷ୍ଠାନ ସ୍ଥାପନ କରିବା ପାଇଁ ୪,୫୦୦ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରିଛି, ଯାହା ଅଧୀନରେ ପର୍ଯ୍ୟାୟକ୍ରମେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧,୬୦୦ ଏପରି ପ୍ରତିଷ୍ଠାନ ସ୍ଥାପନ କରାଯିବ । ସେ କହିଥିଲେ ଯେ ଏହା ୬୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ ।