ପାକିସ୍ତାନ ନାଗରିକ କହିଲେ "ଇଣ୍ଡିଆ ଜିନ୍ଦାବାଦ'

ପାକିସ୍ତାନ ନାଗରିକ କହିଲେ "ଇଣ୍ଡିଆ ଜିନ୍ଦାବାଦ'


 ନୂଆଦିଲ୍ଲୀ :  ମଝି ଦରିଆରେ ଇଣ୍ଡିଆ ଜିନ୍ଦାବାଦ ନାରା ଦେଲେ ପାକିସ୍ତାନ ନାଗରିକ ।  ଆରବ ସାଗରରେ ସୋମାଲିଆ  ଲୁଟେରାଙ୍କ କବଳରୁ ମୁକ୍ତ ହେବା ପରେ ଭାରତୀୟ ନୌସେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପହରଣ ହୋଇଥିବା ଜାହାଜର ପାକିସ୍ତାନୀ କ୍ରିୟୁ ସଦସ୍ୟ । ଭାରତୀୟ ନୌସେନା ପାଇଁ ସେମାନଙ୍କର ଜୀବନ ବଞ୍ଚି ଯାଇଛି ବୋଲି କହିଛନ୍ତି । ଏଥିସହ ଇଣ୍ଡିଆ ଜିନ୍ଦାବାଦ ନାରା ଦେଇଛନ୍ତି । ୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କଠୁ ୨୩ ପାକିସ୍ତାନ ନାଗରିକଙ୍କୁ ଉଦ୍ଧାର କରିଥିଲେ ଭାରତୀୟ ନୌସେନା । ଆଇଏନଏସ ତ୍ରିଶୂଳ ସାହାଯ୍ୟରେ ଜାହାଜରେ ଥିବା ଲୁଟେରାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ ଭାରତୀୟ ନୌସେନା । ଜାହାଜରୁ ୨୩ ଜଣ ପାକିସ୍ତାନୀ କ୍ରିୟୁ ମେମ୍ବରଙ୍କୁ ଉଦ୍ଧାର କରା ଯାଇଛି  ।