ଦୁର୍ଗାପୂଜାରେ DJ ବାଜିବନି

ଦୁର୍ଗାପୂଜାରେ DJ ବାଜିବନି

ଅନୁଗୁଳ:  ଆଉ ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା। ଏ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ ଏଥର ଅନୁଗୁଳରେ ବିନା ଡିଜେରେ ଭସାଣି ହେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । କମିସନରେଟ ପୁଲିସ୍ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା, ରାବଣ ପୋଡି ଓ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥର ଦୁର୍ଗା ପୂଜା ଭସାଣିରେ ଡିଜେ, ଲେଜର ଲାଇଟ୍ ଏବଂ ବାଣ ଫୁଟାଇବା ବାରଣ କରାଯାଇଛି। କେବଳ ପାରମ୍ପରିକ ବାଜାରେ ମାଙ୍କ ଭସାଣି କରାଯିବ। ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ପାଇଁ କଟକଣା କରାଯାଇଛି। 18 ଫୁଟରୁ ଅଧିକ ଉଚ୍ଚତାର ତୋରଣକୁ ମଧ୍ୟ ବାରଣ କରାଯାଇଛି ।