ଓବିସିଙ୍କ ଦାବି ପୂରଣ ପାଇଁ ସରକାର ଯତ୍ନବାନ: ମନ୍ତ୍ରୀ
ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦ୍ରଶେଖର ସ୍ଥିତ ରେଳ ଅଡିଟୋରିୟମରେ ମଙ୍ଗଳବାର ଓବିସି କଲ୍ୟାଣ ସଂଘର ରାଜ୍ୟସ୍ତରୀୟ ବିଶାଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେବା ସହିତ ଓବିସି ବର୍ଗର ଦାବି ପୂରଣ ଦିଗରେ ସରକାର ବିଶେଷ ଯନôବାନ ହେବେ ବୋଲି ମତବ୍ୟକ୍ତ କରିଛନ୍ତି । ଏଥିସହିତ ଓବିସି ସମାଜର ପିଢି ସ୍ୱାଧୀନ ଓ ସମ୍ମାନ ଜନକ ଭାବରେ କିଭଳି ଜୀବନଯାପନ କରିବେ ଏବଂ ଆତ୍ମନିର୍ଭରଶୀଳ ହେବେ ସେଥିପାଇଁ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ସଂଘର ରାଜ୍ୟ ସଭାପତି, ଦୈନିକ ଖବରକାଗଜ ଅକ୍ଷରର ମୁଖ୍ୟ ସମ୍ପାଦକ ତଥା ଭାରତୀୟ ପାର୍ଲିଆମେଣ୍ଟ ରାଜ୍ୟସଭାର ଅବସରପ୍ରାପ୍ତ ଯୁଗ୍ମ ସଚିବ ଚୌଧୁରୀ ରମାକାନ୍ତ ଦାସ ନିଜର ଅଭିଭାଷଣ ରଖିବା ସହିତ ଯଥାର୍ଥ ଦାବି ଉପସ୍ଥାପନ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଶ୍ରୀ ଦାସଙ୍କ କହିବା କଥା ହେଲା ଦେଶରେ ୫୨ ପ୍ରତିଶତ ଓ ରାଜ୍ୟରେ ୫୪ ପ୍ରତିଶତ ଓବିସି ବର୍ଗ ଥିବାବେଳେ ସଂରକ୍ଷଣ ସୁବିଧାରୁ କିନ୍ତୁ ବର୍ଷ ବର୍ଷ ଧରି ବଞ୍ଚିତ ରହିଛନ୍ତି । ତେବେ କେନ୍ଦ୍ର ସରକାର ଏହି ବର୍ଗକୁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଦେଉଥିବା ବେଳେ ପୂର୍ବର ସରକାର ବାରମ୍ବାର ଅବହେଳା କରିଆସୁଥିଲେ । ତେବେ ନିକଟରେ ମୋହନ ମାଝୀଙ୍କ ସରକାର ଉଚ୍ଚ ଶିକ୍ଷାରେ ନାମ ଲେଖା ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ ଏଥିନିମନ୍ତେ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ଅନ୍ୟାନ୍ୟ ପଛୂଆ ବର୍ଗ ନେତା ଚିତ୍ତରଞ୍ଜନ କଂସ, ରଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା, ନବରଂଗପୁର ବୈଶିକ ସମାଜ ସଭାପତି ଜଗଦୀଶ ଚନ୍ଦ୍ର ବିଶୋୟୀ, ବାଣାୟତ ଓଡ଼ିଆ ସମାଜର ସଭାପତି ବିଜୟ ସ୍ୱାଇଁ, ଯାଦବ ସମାଜର ନେତା ତଥା ପୂର୍ବତନ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଧୀରେନ୍ଦ୍ର ପୃଷ୍ଟି, ଓବିସି ସଂଘର କୋଷାଧ୍ୟକ୍ଷ କୋଦ