ଐତିହାସିକ କଟକ ବାଲିଯାତ୍ରା ନେଇ ମୁଖ୍ୟ ସଚିବଙ୍କ ପ୍ରସ୍ତୁତି

ଭୁବନେଶ୍ୱର  :  ଐତିହାସିକ କଟକ ବାଲିଯାତ୍ରା ଉପଲକ୍ଷେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ବୈଠକ ଗୃହରେ ଅନୁଷ୍ଠିତ  ହୋଇଯାଇଛି । ବୈଠକରେ ବାଲିଯାତ୍ରାକୁ ଆସୁଥିବା ଦର୍ଶକମାନଙ୍କ ସୁରକ୍ଷା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ ଓ ପରିଚାଳନା  ସହ ଶୃଙ୍ଖଳିତ ବାଲିଯାତ୍ରା ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ବ୍ୟବସ୍ଥା କରିବାକୁ ସମସ୍ତ ସହଯୋଗୀ ବିଭାଗ ଓ ସଂସ୍ଥାମାନଙ୍କୁ ଆବଶ୍ୟକ ନିଦେ୍ର୍ଦଶ ଓ ପରାମର୍ଶ ଦେଇଛନ୍ତି ।  ବାଲିଯାତ୍ରା ବିଭିନ୍ନ ସଂସ୍କୃତି, ଭାଷା, ଧର୍ମ ଓ ପରମ୍ପରାକୁ ଏକାଠି କରି ଏକତାର ସୂତ୍ରରେ ବାନ୍ଧି ହେବା ପାଇଁ ଅନନ୍ୟ ସୁଯୋଗ ଦେଇଥାଏ । ପ୍ରତିବର୍ଷ ବାଲିଯାତ୍ରାରେ ଲକ୍ଷାଧିକ ସଂଖ୍ୟାରେ ଜନ ଗହଳି ପରିଲକ୍ଷିତ ହୋଇଥାଏ  ।  ଗତବର୍ଷ ବାଲିଯାତ୍ରାରେ ମୋଟ ୨୦୦ କୋଟିର ବ୍ୟବସାୟ ହୋଇଥିବା ବେଳେ କେବଳ ଓରମାସରେ ୫୦ କୋଟିର  ବ୍ୟବସାୟ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା  । ଏ ବର୍ଷ ବାଲିଯାତ୍ରାରେ ୭୦ ଲକ୍ଷରୁ ଅଧିକ ଲୋକ  ଆସିବାର ଆଶା କରାଯାଉଥିବା ବୈଠକରେ ସୂଚନା ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ବାଲିଯାତ୍ରାରେ ଜନଗହଳି ନିୟନ୍ତ୍ରଣ ପାଇଁ  ଟ୍ରାଫିକ୍? ପରିଚାଳନା, ପାର୍କିଂ ବ୍ୟବସ୍ଥା  ପାଇଁ  ପଦକ୍ଷେପ ନିଆଯିବା ନିମନ୍ତେ କମିଶନରେଟ୍ ପୁଲିସ୍ ତରଫରୁ ସୁନିୟନ୍ତ୍ରିତ ବ୍ୟାପକ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସବ ସଚିବ ଗୁରୁତ୍ୱ ଦେଇଛନ୍ତି  । ବୈଠକରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଦ ଯୋଗ ଦେଇଥିଲେ ।