ରାଜ୍ୟରେ ୭୫ ଲକ୍ଷରୁ ଊଦ୍ଧ୍ୱର୍ ଚାରାରୋପଣ

 ଭୁବନେଶ୍ୱର  : ନିଜକୁ ପ୍ରଧାନସେବକ ଭାବେ ଅଭିହିତ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଜୀ ସମାଜର ଅବହେଳିତ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉତ୍ଥାନ ସହ ଦଳିତ, ଆଦିବାସୀ, ଚାଷୀ ଓ ମହିଳାମାନଙ୍କ ପାଇଁ ଅନେକ ଜନକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରିଛନ୍ତି  । ବିଶ୍ୱ ଦରବାରରେ ଭାରତର ମାନ ଓ ସମ୍ମାନ ବୃଦ୍ଧି କରିଛନ୍ତି  । ମୋଦିଜୀ ଭାରତକୁ ଆର୍ଥôକ ଓ ସାମରିକ ମହାଶକ୍ତିରେ ପରିଣତ କରି ଆନ୍ତର୍ଜାତିକ ମହଲରେ ଦେଶର ସ୍ଥିତି ସୁଦୃଢ କରିଛନ୍ତି । ଫଳରେ ସାରା ବିଶ୍ୱରେ ଭାରତକୁ ସ୍ୱତନ୍ତ୍ର ମର୍ଯ୍ୟାଦା ମିଳିପାରିଛି ।  ଏଭଳି ଜଣେ ଯୁଗପୁରଷଙ୍କ ଆଜି ହେଉଛି ୭୫ତମ ଜନ୍ମଦିନ । ଏନେଇ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ରାଜ୍ୟ ବିଜେପି ତରଫରୁ ଓଡିଶାର ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟ ଜାରି ରହିବ । ସେବା ପକ୍ଷ ପାଳନ ଉପଲକ୍ଷେ ଆଜି ପ୍ରଥମ ଦିନରେ ରାଜ୍ୟ କାର୍ଯ୍ୟାଳୟଠାରେ ‘ମା’ପାଇଁ ଗଛଟିଏ ଅଭିଯାନ’ ଶୁଭାରମ୍ଭ କରାଯାଇଛି  । ଏହି ପରିପ୍ରେକ୍ଷୀରେ ସାରା ରାଜ୍ୟରେ ୭୫ ଲକ୍ଷରୁ ଉର୍ଦ୍ଧ୍ୱ ବୃକ୍ଷ ଚାରାରୋପଣ କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜୀବନୀକୁ ନେଇ ଫଟୋଚିତ୍ର ପ୍ରଦର୍ଶନୀ, ଯୁବମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର, ବିକଶିତ ଭାରତ ଚିତ୍ରାଙ୍କନ ପ୍ରତିଯୋଗିତା ଓ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ଭୁବନେଶରସ୍ଥିତ ମାଷ୍ଟରକ୍ୟାଂଟିନ ନିକଟ ସିଟି ବସଷ୍ଟାଣ୍ଡଠାରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି  ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ  ବିଜୟପାଲ ସିଂହ ତୋମାର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ବାବୁ ସିଂ, ସେବା ପକ୍ଷ ରାଜ୍ୟ ସଂଯୋଜକ ଡ.ଯତୀନ ମହାନ୍ତି, ସ୍ୱଚ୍ଛ ଭାରତ ଅଭିଯାନ ରାଜ୍ୟ ସଂଯୋଜକ ମହେଶ ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ସମେତ ଦଳୀୟ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ  । ଏହାପରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଶତାଧିକ କାର୍ଯ୍ୟକର୍ତ୍ତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହାପରେ ରାଜ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜୀବନ ଉପରେ ଆଧାରିତ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଦଘାଟନ କରିଥିଲେ ।