ଓଡ଼ିଆ ସିନେ ଜଗତର ଖ୍ୟାତନାମା ଅଭିନେତା ହେମନ୍ତ ଦାସ


ଓଡ଼ିଆ ସିନେ ଜଗତର ଖ୍ୟାତନାମା ଅଭିନେତା ହେମନ୍ତ ଦାସ  । ୧୯୩୪ ମସିହା, କଟକର ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଖମାରଙ୍ଗ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ବାଙ୍କୀର ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠରେ ମାଟ୍ରିକ୍‌ ଓ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସେ ଅଧ୍ୟୟନ କରିଥିଲେ । ରଙ୍ଗମଞ୍ଚରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ଚଳଚ୍ଚିତ୍ର ଜଗତରେ ପାଦ ଦେବା ପୂର୍ବରୁ ସେ ନୂଆ ଦିଲ୍ଲୀରେ ଆକାଶବାଣୀରେ ଓଡ଼ିଆ ସମ୍ବାଦ ପଢୁଥିଲେ  । ୧୯୫୪ ମସିହାରେ ସେ ପ୍ରଥମେ ‘ଭାଇ ଭାଇ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପ୍ରାୟ ୪୦ ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ସିନେମାରେ ସେ ଅଭିନୟ କରିଛନ୍ତି । ସେ ତ୍ରିମୂର୍ତ୍ତି ଛଦ୍ମ ନାମରେ ନିର୍ଦ୍ଦେଶନା ଦେଉଥିଲେ  । ଫକୀର ମୋହନ ସେନାପତିଙ୍କ ବହୁଚର୍ଚ୍ଚିତ ପେଟେଣ୍ଟ ମେଡିସିନ୍‌ ନେଇ ‘ସୁଲୋଚନା’ ନାମରେ କରୁଥିବା ଚଳଚ୍ଚିତ୍ରଟିକୁ ସମ୍ପୂର୍ଣ୍ଣ କରିବା ତାଙ୍କ ଶେଷ ଲକ୍ଷ୍ୟ ଥିଲା । ‘ଯାଯାବର’ ତାଙ୍କ ନିର୍ଦ୍ଦେଶିତ ସିନେମା । ‘ଶୋଧ’ (ସ୍ୱର୍ଣ୍ଣକମଳ ପୁରସ୍କାରପ୍ରାପ୍ତ ହିନ୍ଦୀ କଥାଚିତ୍ର), ‘ଅକୁହା କଥା’, ‘ଶାସ୍ତି’, ‘ମମତାର ଡୋରି’, ‘ଥିଲି ଝିଅ ହେଲି ବୋହୂ’, ‘ଜଗା ହାତରେ ପଘା’, ‘ଚକା ଭଉଁରି’, ‘ସପନ ବଣିକ’ ଓ ଆହୁରି ଅନେକ କଥାଚିତ୍ରରେ ସେ ଅଭିନୟ କରିଛନ୍ତି । ୨୦୧୦ ମସିହା, ଏପ୍ରିଲ ୨୭ ତାରିଖରେ ହେମନ୍ତଙ୍କର ଦେହାନ୍ତ ହୋଇଥିଲା ।