ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା ୩ରୁ

ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା ୩ରୁ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)  ଦ୍ୱାରା ପରିଚାଳିତ ଓଡ଼ିଶା ବିଚାର  ବିଭାଗୀୟ ସେବା (ଓଜେଏସ୍‌)ର ମୁଖ୍ୟ  ଲିଖିତ ପରୀକ୍ଷା ଆସନ୍ତା ନଭେମ୍ବର ୩  ତାରିଖରୁ ଆରମ୍ଭ ହେବାକୁ ଯାଉଛି । କଟକ, ଭୁବନେଶ୍ୱର ଏବଂ ସମ୍ବଲପୁର  ପରୀକ୍ଷା କେନ୍ଦ୍ରରେ ମୋଟ ୬୮୦ ଜଣ  ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । ଏଥିନିମନ୍ତେ ଓପିଏସ୍‌ସି ପକ୍ଷରୁ ପରୀକ୍ଷା  ସୂଚୀ ପ୍ରକାଶ ପାଇଛି । 
ନଭେମ୍ବର  ୩ରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା  ଯାଏ ପ୍ରଥମ ସିଟିଂ ଏବଂ ଅପରାହ୍ଣ  ୨ଟାରୁ ସାଢ଼େ ୪ଟା ପର୍ୟ୍ୟନ୍ତ ଦ୍ୱିତୀୟ  ସିଟିଂରେ ବାଧ୍ୟତାମୂଳକ ବିଷୟ ବା  ପେପର୍‌ ପରୀକ୍ଷା କରାଯିବ । ୪  ତାରିଖଠାରୁ ୬ ତାରିଖ ପର୍ୟ୍ୟନ୍ତ  ଦୁଇଟି ସିଟିଂରେ ଇଚ୍ଛାଧୀନ ବିଷୟ  ପରୀକ୍ଷା ହେବ । 
ଭୁବନେଶ୍ୱରର ଡିଆର  ନୟାପଲ୍ଲୀ କଲେଜ ଏବଂ ୟୁନିଭରସିଟି  ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ମୋଟ  ୪୧୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ  କଟକ ଇପ୍‌ସାର୍‌ କଲେଜ କେନ୍ଦ୍ରରେ  ୨୨୭ ଓ ସମ୍ବଲପୁରର ଧନକଉଡ଼ା  ସେଣ୍ଟ ଜନ୍‌ସ୍‌ ସ୍କୁଲରେ ହୋଇଥିବା  ପରୀକ୍ଷା କେନ୍ଦ୍ରରେ ୪୧ ପରୀକ୍ଷାର୍ଥୀ  ପରୀକ୍ଷା ଦେବେ । ଅକ୍ଟୋବର ୨୮  ତାରିଖରୁ ପରୀକ୍ଷାର୍ଥୀମାନେ ଓପିଏସ୍‌ସି  ୱେବ୍‌ସାଇଟ୍‌ରୁ ପରୀକ୍ଷା ପ୍ରବେଶପତ୍ର ପାଇପାରିବେ ବୋଲି ସୂଚନା ମିଳିଛି ।