ପ୍ରାଚୀକ୍ଷେତ୍ର ଓ ମାଧବ ପ୍ରତିମା ପ୍ରତିଷ୍ଠା

ଲଳିତ ଲେଙ୍କା : କୁମ୍ଭମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ଧର୍ମସୁତ ଭାଇମାନଙ୍କ ସହିତ କପିଳାସ କ୍ଷେତ୍ରରେ ପହଞ୍ଚôଲେ  । ଯୁଧିଷ୍ଠିର ଭୀମସେନଙ୍କୁ ତଣ୍ଡୁଳର ବ୍ୟବସ୍ଥା କରିବା ପାଇଁ କହିଲେ  । ଭୀମସେନ ନିକଟରେ ଥିବା ଧର୍ମପୁର ନଗ୍ରକୁ ଯାଇଁ କୃଷକମାନଙ୍କ ଖଳାରୁ ଭାରେ ଧାନ ହଳା (କଟା ଧାନର ବିଡା) ନେଇ ଆସିଲେ  । ଏହା ଦେଖି ଯୁଧିଷ୍ଠିର କହିଲେ ଏଥିରୁ କିପରି ଧାନ ଅମଳ କରି ତଣ୍ଡୁଳ ତିଆରି କରିବ ? ତତ୍କ୍ଷଣାତ ଭୀମସେନ ଜଙ୍ଗଲ ଭିତରକୁ ଯାଇ ସାତୋଟି ବାଘକୁ ଧରି ଆସିଲେ  । ବାଘମାନଙ୍କୁ ବେଙ୍ଗଳାରେ ଯୋଡ଼ି ଧାନ ଅମଳ କଲେ ଓ ଅମଳ ଧାନକୁ ପଥରରେ ମୁଥମାରି ଛେଚି  ଚାଉଳ ବାହାର କଲେ ଓ ସେଥିରେ ତଣ୍ଡୁଳ ପ୍ରସ୍ତୁତ କଲେ  । ପ୍ରଥମେ ଶିଖରେଶ୍ୱରଙ୍କୁ ଅନ୍ନ ପ୍ରଦାନ କରି ସମସ୍ତେ ଖାଦ୍ୟ ଗ୍ରହଣ କଲେ  । ସୁହାଣୀ କନ୍ୟାକୁ ଶିଖରେଶ୍ୱରଙ୍କ ସେବା ପୂଜା ପାଇଁ ସେଠାରେ ରଖାଇ ଯୁଧିଷ୍ଠିର ଦକ୍ଷିଣ ଦିଗକୁ ଯାତ୍ରା କରି ଚିତ୍ରୋତ୍ପଳା ନଦୀ ପାର ହୋଇଗଲେ  । ଚିତ୍ରୋତ୍ପଳା ନଦୀ ତୀରରେ ଉତ୍ପଳେଶ୍ୱରଙ୍କୁ ପୂଜା ସାରି ଅମରେଶ୍ୱରଙ୍କୁ ଦର୍ଶନ କଲେ  ।
ଚିତ୍ରୋତ୍ପଳା ନଦୀ ପାର ହେବା ପରେ ଯୁଧିଷ୍ଠିର ୟେକାମ୍ବର ତୀର୍ଥରେ ପହଞ୍ଚôଲେ  । ଭାଇ ଓ ପତ୍ନୀ ଦ୍ରୌପଦୀଙ୍କ ସମେତ ଲୋମଶ ଋଷି ମଧ୍ୟ ଯୁଧିଷ୍ଠିରଙ୍କ ସହିତ ଥିଲେ  । ବିନ୍ଦୁ ସାଗରରେ ସ୍ନାନ କରି ସମସ୍ତେ ୟେକାମ୍ବରଶ୍ୱର ଦେବତାଙ୍କୁ ପୂଜା କଲେ  । ଏହି କ୍ଷେତ୍ରରେ ଧର୍ମସୂତ ପଞ୍ଚୁଲିଙ୍ଗ ସ୍ଥାପନା କରି ମଧ୍ୟ ଆରାଧନା କଲେ  । ଏହାପରେ ସମସ୍ତେ ପ୍ରାଚୀ ନଦୀ ତୀରର ତୀର୍ଥ ସ୍ଥାନକୁ ଗମନ କରନ୍ତି  । ଋଷି ଲୋମଶ କହିଲେ ଗୋପ୍ୟାନ ତର୍ଥ ହେଉଛି ପ୍ରାଚୀ  । ପୂର୍ବେ ସତ୍ୟ ଯୁଗରେ ଦେବତାମାନେ ଏହି ନଦୀରେ ସ୍ନାନ କରି ଅଷ୍ଟସମ୍ଭୁଙ୍କୁ ଦର୍ଶନ କରିବା ପାଇଁ ସ୍ୱର୍ଗରୁ ଓହ୍ଲାଇ ଆସୁଥିଲେ  । ଶଚୀଦେବୀ ମଧ୍ୟ ଏହି ପବିତ୍ର ପ୍ରାଚୀ ନଦୀରେ ସ୍ନାନ କରିବା ପାଇଁ ଆସୁଥିଲେ  । ଏଠାରେ ଅସୁର ଭୟ ଥିବାରୁ ଇନ୍ଦ୍ରଦେବତାଙ୍କ ଆଦେଶରେ ଏହି ତୀର୍ଥକୁ ସହସ୍ର ଗନ୍ଧର୍ବମାନେ ରକ୍ଷା କରୁଥିଲେ  ।
ସତ୍ୟଯୁଗରେ ଏଠାରେ କେଉଁ ରାକ୍ଷସମାନେ ରହୁଥିଲେ ବୋଲି ଯୁଧିଷ୍ଠିର ଲୋମଶଋଷିଙ୍କୁ ପଚାରିଲେ  । ଲୋମଶ ଋଷି କହିଲେ ଋଷଭକ୍ଷ ଦୈତ୍ୟଙ୍କ ବଂଶରେ ଭାନୁଦନ୍ତ ନାମକ ଏକ ଦୈତ୍ୟ ଥିଲା  । ତାହାର ଥିଲେ ତିନିପୁତ୍ର  । କୀର୍ତ୍ତନ, କୀର୍ତ୍ତିବାସ ଓ ଆରତେକ ହେଉଛି ସେମାନଙ୍କ ନାମ  । କୀର୍ତ୍ତନ ଓ କୀର୍ତ୍ତିବାସ ୟେକାମ୍ବର ବନରେ ରହିଲେ  । ଆରତେକ ଦୈତ୍ୟ ପ୍ରାଚୀକୂଳର ମୃର୍ତ୍ତିକା ପର୍ବତକୁ ମାଡି ରହିଲା  । ଏହି ରାକ୍ଷସ ତିନିଜଣ ୟେକାମ୍ବର ବନ ଓ ପ୍ରାଚୀକୂଳସ୍ଥ ମୂର୍ତ୍ତିକା ପାହାଡରେ ରହି ପଥୁକିମାନଙ୍କୁ ମାରି ଖାଇଥାନ୍ତି  । ଆରଡେକ ଗୁପ୍ତରେ ପ୍ରାଚୀ କୂଳରେ ରହିଥାଏ ସ୍ନାନ ପାଇଁ ଆସୁଥିବା ଶଚୀଦେବଙ୍କୁ ହରଣ କରିବା ପାଇଁ  । ଏହି କଥା ନାରଦ ମହର୍ଷି ଭଦ୍ରଦେବଙ୍କୁ ଏକଥା ଜଣାଇଦେଲେ  ।
କୀର୍ତ୍ତନ ଓ କୀର୍ତ୍ତିବାସ ଦୈତ୍ୟକୁ ୟେକାମ୍ବର ତୀର୍ଥରେ କିଏ ବିନାଶ କଲା ବୋଲି ଯୁଧିଷ୍ଠିର ଜାଣିବାକୁ ଚାହିଁଲେ  । ଲୋମଶ ଋଷି କହିଲେ କୀର୍ତ୍ତନ ଓ କୀର୍ତ୍ତବାସ ରାକ୍ଷସ ଦ୍ୱୟଙ୍କ ଭୟରେ ୟେକାମ୍ବର ତୀର୍ଥକୁ କେହି ଯିବା ଆସିବା କଲେ ନାହିଁ  । ଦିନେ ବିଶ୍ୱନାଥ ପାର୍ବତୀଙ୍କୁ କହିଲେ ଏ ଦୁଇ ରାକ୍ଷସଙ୍କ ପାଇଁ ଏହି କ୍ଷେତ୍ରକୁ ମନୁଷ୍ୟଙ୍କ ଆତଯାତ ଆଉ ନାହିଁ  । କିପରି ଏହି ଦୁଇ ରାକ୍ଷସକୁ ବଧ କରିବା ? ପାର୍ବତୀ କହିଲେ- ଆପଣା ଯଦି କୋପ ନକରି ମୋତେ ରାକ୍ଷସଦ୍ୱୟଙ୍କୁ ମାରିବା ପାଇଁ ଆଜ୍ଞା ଦେବ, ତେବେ ଏ ଦୁହିଁଙ୍କୁ ମୁଁ ବଧ କରିପାରିବି  ।
ଦେବଦେବ ମହାଦେବଙ୍କ ଆଜ୍ଞା ପାଇ ଦେବୀ ପାର୍ବତୀ କପଟରେ ଜଗତମୋହିନୀ ଗୋପାଳୁଣୀ ବେଶ ଧାରଣ କଲେ  । ମଥାରେ ଦଧି ହାଣ୍ଡି ଧରି ଦଧି ବିକିବା ବାହାନାରେ  ରାକ୍ଷସମାନେ ରହୁଥିବା ବିଂଝଗିରି ପାହାଡ ନିକଟକୁ ଚାଲିଲୋ ଗୋପାଳୁଣୀ ବେଶୀ ପାର୍ବତୀଙ୍କୁ ଦେଖି ରାକ୍ଷସଦ୍ୱୟ ମୋହିତ ହୋଇ ଦହି ପିଇବା ପାଇଁ ମାଗିଲେ  । ପାର୍ବତୀଙ୍କ ନିକଟରେ ପତ୍ର ଧରି କୀର୍ତ୍ତନ ଓ କୀର୍ତ୍ତିବାସ ବସିଲେ ଓ ମାହେଶ୍ୱରୀ ତାହାଙ୍କୁ ଓରାରେ ଦହି ପରଶିବାକୁ ଲାଗିଲେ  । ଦୁଇ ଭାଇ ତୃପ୍ତ ହୋଇ ସୁବର୍ଣ୍ଣ ନଉତିୟେ ଦହିଭାଣ୍ଡରେ ଦେଲେ  । ରାକ୍ଷସ କହିଲେ କାଲି ଆଣି ଆମ୍ଭଙ୍କୁ ଦହି ଦେଲେ ତୋହର ଦାରିଦ୍ର୍ୟ ରହିବ ନାହିଁ  । ସେଠାରୁ ଫେରି ମାତା ପାର୍ବତୀ ମହେଶ୍ୱରଙ୍କୁ ସବୁ କଥା ଜଣାଇଲେ  । ରାକ୍ଷସଦ୍ୱୟ କପଟବେଶୀ ପାର୍ବତୀଙ୍କ ସୋ÷ନ୍ଦର୍ଯ୍ୟରେ ଏପରି ମୋହିତ ହୋଇପଡିଥିଲେ ଯେ ପରଦିନ ତାଙ୍କର ଆସିବା ବାଟକୁ ଚାହିଁ ରହିଲେ  । ପରଦିନ ମାତା ପାର୍ବତୀ ଦେବାଙ୍ଗ ବସ୍ତ ଓ ଅଳଙ୍କାରମାନ ପିନ୍ଧି ମୁନି ମନ ମୋହିନୀ ବେଶରେ ଦହି ନେଇ ବିଞ୍ଝଗିରି ପାହାଡ ନିକଟରେ ପହଞ୍ଚôଲେ  । ଦେବୀଙ୍କୁ ଦେଖି ରାକ୍ଷସ ଦ୍ୱୟ ମତୁଆଲ ହୋଇପଡିଲେ  । ଦହି ପିଇ ସାରିବା ପରେ ସେମାନେ ଦେବୀଙ୍କୁ କହିଲେ ତୁ ଯଦି ଆମର ବାମା (ପତ୍ନୀ) ହେବୁ, ତେବେ ତୋତେ ଅନେକ ବସନ, ଭୂଷଣ ଓ ଅଳଙ୍କାରମାନ ଦେବୁ ଓ ପଞ୍ଚମଶରେ ତୋତେ କାକ୍ଷେଣ ମନାଇବୁ  । ଗୋପାଳୁଣୀ ବେଶୀ ପାର୍ବତୀ କହିଲେ- ‘ମୁଁ ତୁମ୍ଭଙ୍କୁ ଭଜିଲି’ ତୁମର ବାମା ହେବାରେ ମୋହର ଆପତ୍ତି ନାହିଁ  । ମାତ୍ର ମୋର ଗୋଟିଏ ମାନସିକ ଓଷା ରହିଛି  । ତାହା ପୂରଣ ହେଲେ ତୁମର କାମାକ୍ଷୀ ହେବି  । କୀର୍ତ୍ତନ ଓ କୀର୍ତ୍ତିବାସ କହିଲେ- କୁହ! କ’ଣ ତୁମର ମାନସିକ  । ଆମ୍ଭେ ତାହା ନିଶ୍ଚେ ପୂରଣ କରିବୁ  । ପାର୍ବତୀ କହିଲେ- ତୁମ୍ଭମାନଙ୍କର ଦୁଇ କାନ୍ଧରେ ଗୋଡ ଦେଇ ହାତେ ହାତେ ତୁମ୍ଭର ମୁଣ୍ଡକୁ ଧରିଥାନ୍ତି  । ମୋତେ କାନ୍ଧରେ ଧରି ଏହିପିର ତିନିକୋଶ  ପର୍ଯ୍ୟନ୍ତ ବୁଲାଇ ଆଣିଲେ ମୁଁ ତୁମ୍ଭ ଭାରିଯା ହେବି  । ଦେବୀଙ୍କ ମୋହିନୀ କଥାରେ ରାକ୍ଷସଦ୍ୱୟ ମୋହ ବନ୍ଧରେ ପଡି ତାଙ୍କୁ କାନ୍ଧରେ ବସାଇ ବୁଲିବାକୁ ବାହାରିଲେ  । କାନ୍ଧରେ ବସାଇ ରାକ୍ଷସଦ୍ୱୟ ପାର୍ବତୀଙ୍କୁ ବୁଲାଇ ୟେକାମ୍ବର ଦେବଙ୍କ ସମ୍ମୁଖରେ ହେବା ସମୟରେ ମାତା ଦୁର୍ଗା ଅବତାର ଧରି ମହାବଳିଷ୍ଠ ରୂପେ ଦୁଇଭାଇଙ୍କୁ ଭୂମିରେ ଚାପି ପୋତିଦେଲେ, କେବଳ ମୁଣ୍ଡ ଦେଖାଯାଉଥାଏ  । ଦଇତେ ବୋଇଲେ କପଟରେ ଆମ୍ଭଙ୍କୁ ମାରୁଛ  । ଦେବୀ କହିଲେ ‘ମୁଁ ହେଉଛି ଦେବୀ ପାର୍ବତୀ  । ଏ କ୍ଷେତ୍ରକୁ ଯେଉଁମାନେ ଆସି ତୁମ୍ଭର ନାମ ଧରିବେ, ଦେବୀ ବିଞ୍ଝଗିରି ତଟରେ ଆସି ଶୟନ କଲେ  । ପାର୍ବତୀଙ୍କୁ  ଖୋଜି ଖୋଜି ଆସି ଈଶ୍ୱର ଦେବୀଙ୍କୁ ପାଦତଳେ ଶୋଇ ପଡିଲେ  । ଲୋମଶ ଋଷି କହିଲେ ୟେକାମ୍ବର ତୀର୍ଥକୁ ଦେବୀ ପାର୍ବତୀ ଉଦ୍ଧାର କଲେ  । ଏହାଙ୍କର ଭାଇ ଆରଡେକ ଦୈତ୍ୟ ପ୍ରାଚୀ କ୍ଷେତ୍ରରେ ରହିଥିଲା  ।  ଯୁଧିଷ୍ଠିର କହିଲେ ଚାଲନ୍ତୁ ଆମେ ପ୍ରାଚୀ କ୍ଷେତ୍ରକୁ ଯିବା  । ଯଦି ଆରଡେକ ଦୈତ୍ୟ ଦେଖାହୁଏ, ତାହାକୁ ବିନାଶ କରିବା   । ପ୍ରାଚୀ ନଦୀରେ ସମସ୍ତେ ଗୋଧୋଇବା ବେଳେ ଯୁଧିଷ୍ଠିର କୃଷ୍ଣ ବର୍ଣ୍ଣର ଏକ ମାଧବଙ୍କ ପ୍ରତିମା ନଦୀରୁ ପାଇଲେ  । ଦେଖିଲେ ସେହି ପ୍ରତିମାଙ୍କ ଚାରିହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭା ପାଉଅଛି  । ଏହି ପ୍ରତିମାକୁ ଆଣି କୂଳରେ ରଖିବା ସମୟରେ ଆକାଶରୁ ଶୁଭିଲା ଏ ହେଉଛନ୍ତି ପ୍ରତ୍ୟେକ୍ଷ ନାରାୟଣ  । ପାଣ୍ଡବମାନଙ୍କ କଥାବାର୍ତ୍ତା ଶୁଣି ଏହି କ୍ଷେତ୍ରରେ ଥିବାର ଆରଡେକ ଦୈତ୍ୟ ଦୁଇହାତରେ କୁଠାର ଧରି ମାରିବା ପାଇଁ ଧାଇଁ ଆସିଲା  । ଭୀମସେନ ଧର୍ମରାଜଙ୍କୁ କହିଲେ ଆପଣ ମାଧବଙ୍କର ପୂଜା କରୁଥାନ୍ତୁ  । ମୁଁ ସେ ଦନୁଜର କଥା ବୁଝୁଛି  ।
ଭୀମସେନ ଦୁଇଗଦା ବୁଲାଇ ବୁଲାଇ ଅସୁର ନିକଟକୁ କ୍ଷେପି ଗଲା  । ସେହିପରି ଆରଡେକ କୁଠାର ହାତରେ ଭୀମସେନଙ୍କ ବାମ ଅଙ୍ଗକୁ ପ୍ରହାର କଲା  । କୁଠାରଘାତରେ ଭୀମଙ୍କ ବାମ ଅଙ୍ଗରୁ ଅଗ୍ନି ବାହାରିଲା  ।  ଭୀମସେନର ଗଦାଘାତରେ ରାକ୍ଷସର କିଛି କ୍ଷତି ହେଲା ନାହିଁ  । ବରଂ ଭୀମଙ୍କ ଗଦା ଭାଙ୍ଗିଗଲା  । ଭୀମସେନ ଭଙ୍ଗା ଗଦାକୁ ଫିଙ୍ଗିଦେଇ ରାକ୍ଷସକୁ ମାଡି ବସି ମାଲବନ୍ଧ ସମର ଆରମ୍ଭ କରିଦେଲେ  । ମରାମରି ଧରାଧରି ହୋଇ ଭୀମସେନ ଓ ରାକ୍ଷସ ମଲ୍ଲଯୁଦ୍ଧ କରୁଥାନ୍ତି  । ରାକ୍ଷସ ଭୀମସେନଙ୍କୁ ନଦୀକୂଳସ୍ଥ ମୂର୍ତ୍ତିକା ପାହାଡ ଉପରେ ପକାଇ ମାଡିବସିଲା ଓ ଭୀମଙ୍କ ମୁହଁକୁ ବଜ୍ରମୁଥ ପ୍ରହାର କଲା  । ପୁଣି ଭୀମସେନ ଶତସିଂହ ପ୍ରାକର୍ମେ ରାକ୍ଷସକୁ ଓଲଟାଇ ମାଡିବସିଲା  । ଏହି ସମୟରେ ଆକାଶରୁ ଦେବରାଜ ଇନ୍ଦ୍ର ଯୁଧିଷ୍ଠିରଙ୍କୁ କହିଲେ ଭୀମସେନ ମୂର୍ତ୍ତିକାଗିରି ଉପରେ ରାକ୍ଷସକୁ ମାଡିବସିଛି  । ରାକ୍ଷସକୁ ଭୀମସେନ ମାରିପାରିବେ ନାହିଁ  । କେବଳ ଏହି ମାଧବ ପ୍ରତିମାକୁ ନେଇ ରାକ୍ଷସ ଉପରେ ସ୍ଥାପନା (ଥୋଇଲେ) କଲେ ସେ ମରିବ  । ଇନ୍ଦ୍ରଦେବଙ୍କ କଥାରେ ଯୁଧିଷ୍ଠିର ମାଧବ ପ୍ରତିମାକୁ ନେଇ ମୃତ୍ତିକାଗିରିରେ ଉତ୍ତାନଶାହୀ ହୋଇ ପଡିଥିବା ରାକ୍ଷସ ଉପରେ ଥୋଇବାରୁ ସେ ପ୍ରାଣତ୍ୟାଗ କଲା  । ସେହିଠାରେ ଯୁଧିଷ୍ଠିର ମାଧବ ପ୍ରତିମାକୁ ସ୍ଥାପନ କରି ପୂଜା ଆରାଧନା କଲେ  । ସେହିଦିନ ଠାରୁ ଇନ୍ଦ୍ରଦେବଙ୍କ କଥାରେ ଯୁଝେଷ୍ଠି ମାଧବ ନାମରେ ପୂଜିତ ହେଲେ  । ପ୍ରାଚୀ ତୀର୍ଥରୁ ପାଣ୍ଡବମାନେ ମହ୍ଲାର ଦେଶ ଅଭିମୁଖେ ଯାତ୍ରା କଲେ  ।