ମହାରାଷ୍ଟ୍ର ନିର୍ବାଚନ ପାଇଁ ପିଆଜ ଦରରେ ନିଆଁ

onion price odisha

ମହାରାଷ୍ଟ୍ର ନିର୍ବାଚନ ପାଇଁ ପିଆଜ ଦରରେ ନିଆଁ

ଭୁବନେଶ୍ୱର : କାର୍ତ୍ତିକରେ ବି ବଢୁଛି ପିଆଜ ଦର  । ଏବେ ଲୋକମାନେ ହବିଷ ପାଇଁ ବିନା ପିଆଜ ରସୁଣ କରୁଛନ୍ତି  । ଫଳରେ ହାଣ୍ଡିଶାଳେ ପିଆଜର ଆବଶ୍ୟକତା ପୂର୍ବ ଅପେକ୍ଷା କମିଯାଇଛି  ।  ତେବେ ପିଆଜ କିଣିଲେ ଆଖିରୁ ଲୁହ ଗଡୁଛି  । ବଜାରରେ ପିଆଜ ଦର ଏବେ ୮୦ ଟଙ୍କା ଟପିଯାଇଛି  । ତେବେ ଏହାର କାରଣ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି  । ଏବେ ନାସିକ୍‌ ବଜାର ଉପରେ ଓଡ଼ିଶା ନିର୍ଭର କରୁଛି  । ମହାରାଷ୍ଟ୍ରରେ ଏବେ ନିର୍ବାଚନ ଚାଲିଥିବାରୁ ପିଆଜର ଚାହିଦା ଢେ଼ର ବଢ଼ିଯାଇଛି  । ଭୋଜି ଭାତ ପାଇଁ ପିଆଜର ଚାହିଦା ବଢ଼ିଥିବାରୁ ଦର ଚଢ଼ା ରହିଛି  । ନାସିକରେ ପିଆଜ ଦର ଉଚ୍ଚ ଥିବାରୁ ଓଡ଼ିଶା ବଜାରରେ ପିଆଜ ଦାମ୍‌ ବଢ଼ିଛି  ।