ଜାଣନ୍ତୁ କାହିଁକି ବଢ଼ିଛି ପିଆଜ ଦର
onion price odisha

ଭୁବନେଶ୍ୱର : କାର୍ତ୍ତିକରେ ବି ବଢୁଛି ପିଆଜ ଦର । ଏବେ ଲୋକମାନେ ହବିଷ ପାଇଁ ବିନା ପିଆଜ ରସୁଣ କରୁଛନ୍ତି । ଫଳରେ ହାଣ୍ଡିଶାଳେ ପିଆଜର ଆବଶ୍ୟକତା ପୂର୍ବ ଅପେକ୍ଷା କମିଯାଇଛି । ତେବେ ପିଆଜ କିଣିଲେ ଆଖିରୁ ଲୁହ ଗଡୁଛି । ବଜାରରେ ପିଆଜ ଦର ଏବେ ୮୦ ଟଙ୍କା ଟପିଯାଇଛି । ତେବେ ଏହାର କାରଣ ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଏବେ ନାସିକ୍ ବଜାର ଉପରେ ଓଡ଼ିଶା ନିର୍ଭର କରୁଛି । ମହାରାଷ୍ଟ୍ରରେ ଏବେ ନିର୍ବାଚନ ଚାଲିଥିବାରୁ ପିଆଜର ଚାହିଦା ଢେ଼ର ବଢ଼ିଯାଇଛି । ଭୋଜି ଭାତ ପାଇଁ ପିଆଜର ଚାହିଦା ବଢ଼ିଥିବାରୁ ଦର ଚଢ଼ା ରହିଛି । ନାସିକରେ ପିଆଜ ଦର ଉଚ୍ଚ ଥିବାରୁ ଓଡ଼ିଶା ବଜାରରେ ପିଆଜ ଦାମ୍ ବଢ଼ିଛି ।