ପେନସନଭୋଗୀଙ୍କ ପାଇଁ ଖୁସି ଖବର: ବୃଦ୍ଧି ପାଇବ ଭତ୍ତା!
ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଖୁସି ଖବର! 7th Pay Commission ଅନୁଯାୟୀ, ଜାନୁଆରୀ ୨୦୨୫ରୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୩ ରୁ ୪% ବୃଦ୍ଧି ପାଇପାରେ। ଏହା ପରେ DA ହାର ୫୩% ରୁ ୫୬% କିମ୍ବା ୫୭% କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ହୋଲି ପାଖାପାଖି ଏହା ଘୋଷଣା ହେବାର ଆଶା କରାଯାଉଛି, ଯାହା ଦ୍ୱାରା ୪୮ ଲକ୍ଷ କର୍ମଚାରୀ ଏବଂ ୬୯ ଲକ୍ଷ ପେନଶନଭୋଗୀ ଉପକୃତ ହେବେ।
ଆପଣଙ୍କୁ କହି ରଖୁଛୁ ଯେ କେନ୍ଦ୍ର ସରକାର ପ୍ରତିବର୍ଷ ଜାନୁଆରୀ ଏବଂ ଜୁଲାଇରେ ଦୁଇଥର ମହଙ୍ଗା ଭତ୍ତା ସଂଶୋଧନ କରନ୍ତି। ଗତ ବର୍ଷ, ୨୦୨୪ରେ, ଜାନୁଆରୀରେ ୪% ଏବଂ ଜୁଲାଇରେ ୩% ବୃଦ୍ଧି ଘଟିଥିଲା। ଆଶା କରାଯାଉଛି ଯେ ଏହି ବର୍ଷ ମଧ୍ୟ ଜାନୁଆରୀ ୨୦୨୫ରୁ ମହଙ୍ଗା ଭତ୍ତାର ନୂଆ ହାର ଲାଗୁ ହେବ, ଯାହା ଫେବୃଆରୀ-ମାର୍ଚ୍ଚରେ ଆନୁଷ୍ଠାନିକ ଭାବରେ ଘୋଷଣା ହେବାର ସମ୍ଭାବନା ଅଛି। AICPI ସୂଚକାଙ୍କ ଆଧାରରେ ବୃଦ୍ଧି ନିଷ୍ପତ୍ତି ନିଆଯିବ। ମହଙ୍ଗା ଭତ୍ତା ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AICPI ସୂଚକାଙ୍କ) ଉପରେ ର୍ନିଭର କରେ। ଜୁଲାଇରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, AICPI ସୂଚକାଙ୍କ ୧୪୪.୫ ଏବଂ DA ସ୍କୋର ୫୫.୦୫% ରେ ପହଞ୍ଚିଛି। ତଥାପି, ଡିସେମ୍ବର ୨୦୨୪ ତଥ୍ୟ ଉପଲବ୍ଧ ହେବା ପରେ ହିଁ ସଠିକ ଅଭିବୃଦ୍ଧି ଆକଳନ କରାଯାଇପାରିବ।
DA ବୃଦ୍ଧି ଯୋଗୁଁ ଦରମା କେତେ ବୃଦ୍ଧି ପାଇବ? ମହଙ୍ଗା ଭତ୍ତା ବୃଦ୍ଧି ହେବା ଦ୍ୱାରା ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଆୟରେ ଯଥେଷ୍ଟ ବୃଦ୍ଧି ଘଟିବ। ଯଦି DAରେ ୩% ବୃଦ୍ଧି ହୁଏ , ତେବେ ସର୍ବନିମ୍ନ ଦରମା କର୍ମଚାରୀଙ୍କ ଦରମା ଏହିପରି ବୃଦ୍ଧି ପାଇବ।େ ପେନସନଭୋଗୀମାନେ ମଧ୍ୟ ଏହାର ଲାଭ ପାଇବେ। ଯେଉଁମାନଙ୍କର ପେନସନ ୯୦୦୦ ଟଙ୍କା ସେମାନେ ୨୭୦ ଟଙ୍କା ଅଧିକ ପାଇପାରିବେ , ଯେତେବେଳେ ୧,୨୫,୦୦୦ ଟଙ୍କା ପେନସନ ଥିବା ଲୋକମାନେ ୩୭୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରିବେ।