ପେଟ୍ରୋଲ ହେଲା ଶସ୍ତା

ପେଟ୍ରୋଲ ହେଲା ଶସ୍ତା

 ଶସ୍ତା ହେଲା ପେଟ୍ରୋଲ । ୧ ଟଙ୍କା ପେଟ୍ରୋଲ ଦାମ ଶସ୍ତା କଲେ ଛତିଶଗଡ଼ ସରକାର । ସୋମବାର ଛତିଶଗଡ଼ ସରକାର ବଜେଟ୍ ଉପସ୍ଥାପିତ କରିଛନ୍ତି ଏବଂ ଏଥିରେ ଅନେକ ବଡ଼ ଘୋଷଣା କରିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ଓପି ଚୌଧୁରୀ ରାଜ୍ୟରେ ପେଟ୍ରୋଲ ମୂଲ୍ୟ ହ୍ରାସ ନେଇ ବଜେଟରେ ଘୋଷଣା କରିଛନ୍ତି । ତେବେ ଯଦି ଆମେ ବର୍ତ୍ତମାନ ସମୟରେ ଛତିଶଗଡ଼ରେ ପେଟ୍ରୋଲର ଦାମ ବିଷୟରେ କଥା ହେବା, ତେବେ ଛତିଶଗଡ଼ର ସମସ୍ତ ସହରରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ଉପରେ ଅଛି। ରାଜଧାନୀ ରାୟପୁରରେ ଗୋଟିଏ ଲିଟର ପେଟ୍ରୋଲ ୧୦୦.୪୫ ଟଙ୍କାରେ ବିକ୍ରି ହେଉଥିବାବେଳେ ରାଜନନ୍ଦଗାଓଁରେ ଏହା ୧୦୦.୮୫ ଟଙ୍କା ପ୍ରତି ଲିଟରରେ ବିକ୍ରି ହେଉଛି। ବଜେଟରେ ସରକାରଙ୍କ ଘୋଷଣା ପରେ, ଏହା ଏବେ ପ୍ରତି ଲିଟରରେ ୧ ଟଙ୍କା ଶସ୍ତା ହେବ ଏବଂ ଅନେକ ସହରରେ ଏହାର ମୂଲ୍ୟ ୧୦୦ ଟଙ୍କା ତଳକୁ ଆସିଯିବ।  

ଛତିଶଗଡ଼ର ଅନ୍ୟାନ୍ୟ ବଡ଼ ସହରରେ ପେଟ୍ରୋଲର ବର୍ତ୍ତମାନର ମୂଲ୍ୟ ବିଷୟରେ କହିବାକୁ ଗଲେ, ମାର୍ଚ୍ଚ ୩ ତାରିଖରେ ବସ୍ତରରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୨.୧୧ ଟଙ୍କା, ବାଲୋଦ ବଜାରରେ ୧୦୧.୧୮ ଟଙ୍କା, ବିଜାପୁରରେ ୧୦୧.୨୫ ଟଙ୍କା ଏବଂ ବିଳାସପୁରରେ ୧୦୧.୨୫ ଟଙ୍କା ଥିଲା। ଏହା ବ୍ୟତୀତ ଦାନ୍ତେୱାଡାରେ ଏହା ଲିଟର ପିଛା ୧୦୨.୦୯ ଟଙ୍କା, ଧମତାରିର ୧୦୦.୭୭ ଟଙ୍କା, ଦୁର୍ଗରେ ୧୦୦.୮୦ ଟଙ୍କା ଏବଂ ଯଶପୁରରେ ୧୦୧.୯୩ ଟଙ୍କା ଥିଲା।

ରାଜ୍ୟର ଇତିହାସରେ ପ୍ରଥମ ଥର ପାଇଁ ହାତଲେଖା ହୋଇଥିବା ବଜେଟ୍ ଉପସ୍ଥାପିତ ହୋଇଛି ଏବଂ ଏହା ଏହା ୧୦୦ ପୃଷ୍ଠା ବିଶିଷ୍ଟ ଥିଲା। ଏପର୍ୟ୍ୟନ୍ତ ଛତିଶଗଡ଼ର ବଜେଟ୍ କମ୍ପ୍ୟୁଟରରେ ଟାଇପ୍ କରି ଉପସ୍ଥାପନ କରାଯାଉଥିଲା, କିନ୍ତୁ ଏଥର ଅର୍ଥମନ୍ତ୍ରୀ ନିଜେ ବଜେଟ୍ ଲେଖିଛନ୍ତି। ଓପି ଚୌଧୁରୀ ତାଙ୍କର ଏହି ପଦକ୍ଷେପକୁ ପରମ୍ପରା ଏବଂ ମୌଳିକତା ଆଡ଼କୁ ଏକ ପଦକ୍ଷେପ ବୋଲି କହିଛନ୍ତି। ବଜେଟ ଉପସ୍ଥାପନ କରିବା ସମୟରେ ଛତିଶଗଡ଼ର ଅର୍ଥମନ୍ତ୍ରୀ ଓପି ଚୌଧୁରୀ ଆହୁରି ଅନେକ ବଡ଼ ଘୋଷଣା କରିଛନ୍ତି। ତାଙ୍କ ବଜେଟ୍ ଭାଷଣରେ, ସେ ମୁଖ୍ୟମନ୍ତ୍ରୀ ମୋବାଇଲ୍ ଟାୱାର ଯୋଜନା ଆରମ୍ଭ କରିବା ନେଇ ଘୋଷଣା କରିଥିଲେ । ଏହାବ୍ୟତୀତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଥିଛି । ଏଥିରେ ଦୁଇଚକିଆ ଯାନ ଏବଂ ୫ ଏକର ପର୍ୟ୍ୟନ୍ତ ଜମି ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ଲାଭ ମିଳିବ।