ଆତ୍ମହତ୍ୟାର ପ୍ରବଣତା ବୃଦ୍ଧି ସମ୍ପର୍କରେ ଆଲୋଚନାଚକ୍ର

 କଟକ:  ମାନସିକ ଅବସାଦ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟାର ପ୍ରବଣତା ବୃଦ୍ଧି ସଂପର୍କରେ ଗୋପବନ୍ଧୁ ବିଚାର ମଂଚ ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ରେଭେନ୍ସା ମନସ୍ତତ୍ତ୍ୱ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ରାଜକିଶୋର ପୃଷ୍ଟି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବାବେଳେ ଏସସିବି ମେଡ଼ିକାଲ କଲେଜର କ୍ଲିନିକାଲ ଫାରମାକୋଲୋଜିଷ୍ଟ ଡାକ୍ତର ବିଶ୍ୱରଂଜନ ଗିରି ଅନ୍ୟତମ ବକ୍ତା ଭାବେ ଯୋଗ ଦେଇଥିଲେ । ଗୋପବନ୍ଧୁ ବିଚାର ମଂଚ ଶାଖାର ଆବାହକ ସ୍ୱପ୍ନାରାଣୀ ପ୍ରଧାନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ ସଂଗଠକ ଅଭିଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାରେ ରେଭେନ୍ସାର ବିଭିନ୍ନ ବିଭାଗରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ରିସର୍ଚ ସ୍କଲାର ଓ ଅଧ୍ୟାପକମାନେ ଯୋଗ ଦେଇଥିଲେ ।