ବିମାନ ଦୁର୍ଘଟଣାରେ କେଭି ସିଂଦେଓଙ୍କ ଶୋକ 

ବିମାନ ଦୁର୍ଘଟଣାରେ କେଭି ସିଂଦେଓଙ୍କ ଶୋକ 

 ଭୁବନେଶ୍ୱର : ଅହମ୍ମଦାବାଦ ଠାରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଖବର ଶୁଣି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ସହଧର୍ମିଣୀ ତଥା ସାଂସଦ ସଂଗୀତା ସିଂହଦେଓ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏକ ଶୋକବାର୍ତ୍ତାରେ ଶ୍ରୀ ସିଂହଦେଓ କହିଛନ୍ତି,  "ଅହମ୍ମଦାବାଦର ମେଘାନୀ ନଗରରେ ଘଟିଥିବା ଦୁଃଖଦ ଯାତ୍ରୀବାହୀ ବିମାନ ଦୁର୍ଘଟଣାରେ ମୁଁ ଗଭୀର ମର୍ମାହତ । ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ । ଭାରତୀୟଙ୍କ ସହ ଅନ୍ୟ ଦେଶର ନାଗରିକ ମଧ୍ୟ ଏଥିରେ ଯାତ୍ରା କରୁଥିଲେ । ଏଥିରେ ଏତେ ଭୟଙ୍କର ଭାବରେ ମୂଲ୍ୟବାନ ଜୀବନ ହରାଇବା ପ୍ରକୃତରେ ହୃଦୟ ବିଦାରକ । ଏହି ଦୁଃଖର ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା । ଆହତ ଯାତ୍ରୀଙ୍କ ଉଦ୍ଧାର ଏବଂ ଆଶୁ ଆରୋଗ୍ୟ କାମନା କରୁଛି । ଏହି କଷ୍ଟକର ସମୟକୁ ମୁକାବିଲା କରିବା ପାଇଁ ଭଗବାନ ସେମାନଙ୍କ ପରିବାରବର୍ଗଙ୍କୁ ଶକ୍ତି ପ୍ରଦାନ କରନ୍ତୁ ।