ବିମାନ ଦୁର୍ଘଟଣାରେ ଏକ ମାତ୍ର ଯାତ୍ରୀ ଭାବେ ରମେଶ ବିଶ୍ବାସ ବଞ୍ଚିଲେ କେମିତି?
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏକମାତ୍ର ଯାତ୍ରୀ ଭାବେ ବର୍ତ୍ତିଯାଇଛନ୍ତି ବିଶ୍ବାସ କୁମାର ରମେଶ । ଏତେ ଭୟଙ୍କର ଦୁର୍ଘଟଣା, ଯେଉଁଥିରେ ଜଣେ ବି ବଞ୍ଚିନାହାନ୍ତି । ସେଠାରେ ରମେଶଙ୍କ ବଞ୍ଚିଯିବା କୌଣସି ଚମତ୍କାରଠୁ କମ୍ ନୁହେଁ । ବିମାନରୁ ଡେଇଁବାରୁ ବଞ୍ଚିଯାଇଛି ଏକମାତ୍ର ଜୀବନ । ରମେଶ କେମିତି ବଞ୍ଚିଲେ, ତାହା କେହି ବିଶ୍ବାସ କରିପାରୁନାହାନ୍ତି । ଏହାରି ଭିତରେ ରମେଶଙ୍କୁ ହସ୍ପିଟାଲ ଯାଇ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେମିତି ଘଟିଲା ଏତେ ବଡ଼ ଦୁର୍ଘଟଣା, କେମିତି ବଞ୍ଚିଗଲେ ରମେଶ । ସେସବୁ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ରମେଶ କହିଛନ୍ତି ଯେ ସେ ନିଜେ ବି ବିଶ୍ବାସ କରିନଥିଲେ ସେ ବଞ୍ଚିଯିବେ ବୋଲି । ହେଲେ କେମିତି ବଞ୍ଚିଗଲେ ନିଜେ ବି ଜାଣିନାହାନ୍ତି ।