ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଯୋଗାସନ

ନୂଆଦିଲ୍ଲୀ : ପ୍ରତିବର୍ଷ ଜୁନ ୨୧ରେ ବିଶ୍ୱବ୍ୟାପୀ ପାଳନ ହୁଏ ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୨୫ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏକ ଯୋଗ କର୍ମଶାଳାର ଆୟୋଜନ କରାଯାଇଥିଲା । ଗତକାଲି ନୂଆଦିଲ୍ଲୀର ସମ୍ବିଧାନ ସଦନ କମିଟି ରୁମ୍ ୬ରେ ଯୋଗ କର୍ମଶାଳାର ଆୟୋଜନ କରାଯାଇଥିଲା । ଦିଲ୍ଲୀର ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଯୋଗ ବିଜ୍ଞାନ ବିଭାଗର ପ୍ରଫେସର ଡକ୍ଟର ରମେଶ କୁମାରଙ୍କ ମାର୍ଗଦର୍ଶନରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ସତ୍ୟ ପ୍ରକାଶ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଡକ୍ଟର ରମେଶ କୁମାର ମନ୍ତ୍ରଣାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଯୋଗ ଏବଂ ପ୍ରାଣାୟାମ ଅଭ୍ୟାସ କରାଇଥିଲେ । ଅଫିସ କାମ ସମୟରେ ଯୋଗ ମାଧ୍ୟମରେ କିପରି ଚାପ ହ୍ରାସ କରି କାର୍ଯ୍ୟ ଦକ୍ଷତା ବୃଦ୍ଧି କରିହେବ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଡକ୍ଟର ସତ୍ୟ ପ୍ରକାଶ, ଅତିରିକ୍ତ ସଚିବ, ଏବି ଆଚାର୍ଯ୍ୟ, ନିଦେ୍ର୍ଦଶକ, ସଞ୍ଜୀବ, ନିଦେ୍ର୍ଦଶକ (ଏନଆଇସି), ମୁକେଶ କୁମାର, ଉପସଚିବ, ଏସଏସ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।