ପିଏମ କିଷାନର ୧୮ତମ କିସ୍ତି 

ପିଏମ କିଷାନର ୧୮ତମ କିସ୍ତି 

ାା ପ୍ରଭାନୁ୍ୟଜ୍ ।ା ଖୋର୍ଦ୍ଧା : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକମାନଙ୍କୁ ୧୮ ତମ ପ୍ରଧାନମନ୍ତ୍ରୀ ମନ୍ତ୍ରୀ କିଷାନ ନିଧି ସଂମ୍ମାନ (ପିଏମ କିଷାନ) ସହାୟତା ଅର୍ଥ ସିଧାସଳଖ ପ୍ରଦାନ କରିଥିଲା ବେଳେ ଏ ନେଇ ଭାରତ ବର୍ଷର ସମସ୍ତ ଚାଷୀ ମାନଙ୍କୁ ସମ୍ବୋଧିତ କରି ଏହି ସହାୟତା ରାଶିର ସଦବିନିଯୋଗ କରିବାକୁ କହିଛନ୍ତି  । ଏହି ଅବସରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାର ୧୦୦ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ  ନେଇ ଜିଲ୍ଲାସ୍ତରୀୟ କିଷାନ ସମ୍ମାନ ସହାୟତା ଉସôବ  ଆୟୋଜନ ହୋଇଥିଲା ବେଳେ ଚାଷୀମାନେ ଲାଇଭ ଟେଲିକାଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସୁବାର୍ତ୍ତା ଗ୍ରହଣ କରିଥିଲେ  । ତେବେ ଜିଲ୍ଲା ମୁଖ୍ୟ କୃଷିଧିକାରୀ ରବିନାରାୟଣ ସେନାପତିଙ୍କ ସୂଚନା ଅନୁସାରେ ଚଳିତ ୧୮ ତମ କିସ୍ତିରେ ଜିଲ୍ଲାରେ ମୋଟ ୬୭ ହଜାର ୫୦୨ ଜଣ କୃଷକ ପିଏମ କିଷାନ ସହାୟତା ପାଇଥିବା ବେଳେ ଜିଲ୍ଲାରେ ୯୩ ହଜାରରୁ ପଞ୍ଜିକରଣ କରିଥିଲେ  । ତେବେ ଗତ ୧୭ତମ କିସ୍ତି ବେଳେ ଖୋର୍ଦ୍ଧା ଜିଲ୍ଲାରେ ୬୨ ହଜାର ଜଣ କୃଷକ ପିଏମ କିଶନ ସହାୟତା ପାଇଥିଲା ବେଳେ ଚଳିତ ଥର ୫ ହଜାର ଜଣ କୃଷକ ଅଧିକ ଏହି ସହାୟତା ରାଶି ପାଇଛନ୍ତି ।ତେବେ ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ ଇକେୱାଇସି କରିବା ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ, ମୋବାଇଲ ଲିଙ୍କ ଓ ବ୍ୟାଙ୍କରେ ଏନ୍ପିସିଏଲ୍ ଲିଙ୍କ କରି ସଠିକ ରୂପେ ଆବେଦନ କରିବାକୁ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ସେନାପତି ପ୍ରକାଶ କରିଛନ୍ତି  । ଏହି ଟେଲିକାଷ୍ଟ ଉସôବ ପାଳନ ଅବସରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀମାନେ ଉପସ୍ଥିତ ଥିଲା ବେଳେ କୃଷି ଜÿିଲ୍ଲା ଅଧିକାରୀ, ଖୋର୍ଦ୍ଧା ପ୍ରଦୀପ୍ତ କୁମାର ପଣ୍ଡା, ସହକାରୀ କୃଷି ନିଦେ୍ର୍ଦଶକ, ବିଭୁଦତ୍ତ ସାହୁ, ସହକାରୀ କୃଷି ଅଧିକାରୀ ମଧୁସ୍ମିତା ଶତପଥୀ, ପଲ୍ଲବୀ ସାହୁ, ତୁଷାରକାନ୍ତ ସାହୁ, ବବିତା ସହୁ, ବରସାହି ସରପଞ୍ଚ ଶରତ କୁମାର ବେହେରା ପ୍ରମୁଖଙ୍କ ସହିତ କୃଷି ବିଭାଗର ଷ୍ଟାଫ ଉପସ୍ଥିତ ରହି ସହଯୋଗ କରିଥିଲେ  । ସେହିପରି ଜିଲ୍ଲାର ସମସ୍ତ ବ୍ଲକରେ ଏହି ଉସôବ ପାଳନ ହୋଇଥିଲା ବେଳେ ସ୍ଥାନୀୟ କୃଷି ଅଧିକାରୀ, ଗ୍ରାମ୍ୟ କୃଷି କର୍ମୀ ଓ ସ୍ଥାନୀୟ ଚାଷୀ ମାନେ ଉପସ୍ଥିତ ଥିଲେ  ।