ଠିକାଦାରଙ୍କ ମର୍ଜିର୍ରେ ଚାଲିଛି ପ୍ରଶସ୍ତିକରଣ କାର୍ଯ୍ୟ
ାା ପ୍ରଭାନୁ୍ୟଜ ।ା ଯାଜପୁର: ମଜିରେ ଚାଲିଛି ୨୨କୋଟିର ବେଦପୁର-ଜନକ ନଦୀବନ୍ଧ ପ୍ରଶସ୍ତିକରଣ କାର୍ଯ୍ୟ । ପୂର୍ତ୍ତ ବିଭାଗ ଅଧିନ ଏହି ରାସ୍ତା କାର୍ଯ୍ୟର ଶିଳାନ୍ୟାସ ନିର୍ବାଚନ ପୂର୍ବ ଗତବର୍ଷ ଡିସେମ୍ବର ମାସରେ ପ୍ରାକ୍ତନ ବିଧାୟକ ପ୍ରଣବ ବଳବନ୍ତରାୟ କରିଥିଲେ । ପରଦେଶୀ ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ କରାଯାଉଥିବା ବେଳେ ଆଜି ମଝିପାଟଣା, ସ୍ୱାଇଁସାହି, ଅଲଣିସାହି ପାଟଣା, ଦେଓଦା ପ୍ରମୂଖ ନଦୀକୂଳବର୍ତ୍ତି ଗାଁର କିଛି ଲୋକ ବିରୋଧ କରିଥିଲେ । ବର୍ଷାଦିନରେ ନଦୀବନ୍ଧ କାର୍ଯ୍ୟ କରାଯାଉଥିବା ଏବଂ ରେନପ୍ୟାକ କି ସାଇଟ ୱାଲ କରାଯାଇନଥିବାରୁ କୌଣସି ସମୟରେ ବିପଦର ଆଶଙ୍କା କରି ଗ୍ରାମଲୋକେ କାର୍ଯ୍ୟକୁ ବିରୋଧ କରିଥିଲେ । କେଲଅନଦୀର ତନିମୁହାଁଣ ଭାବେ ପରିଚିତ ବେଦପୁରରୁ ଜନକ ବ୍ରିଜ ପର୍ଯ୍ୟନ୍ତ ଅନୁ୍ୟନ୍ୟ ୧୪କିମି ରାସ୍ତା ପ୍ରଶସ୍ତିକରଣ କରୁଥିବା ଜନୈକ ପରଦେଶୀ ଠିକାଦାର ମନମର୍ଜିରେ କାର୍ଯ୍ୟ କରୁଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଭିଯୋଗ ମତେ ବର୍ତ୍ତମାନ ସମୟରେ ନଦୀରେ ଭରାପାଣି ରହିଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ରାସ୍ତା ସଫେଇ ଆଳରେ ବନ୍ଧକୁ ତାଡ଼ି ଦେବାରେ ଲାଗିଛି । ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ପୂର୍ବରୁ ଉଭୟ ପାଶ୍ୱର୍ରେ ସାଇଟ ୱାଲ କରିବାକୁ ରହିଥିଲେ ହେଁ ଠିକାସଂସ୍ଥା ତାହା ନକରି ମାଟି ମୋରମ ମେଟାଲ ପକାଇ ପିଚୁ କରିବାକୁ ମସୁଧା କରିଛି । ରାସ୍ତା କାର୍ଯ୍ୟରେ ଆବଶ୍ୟକ ସ୍ତଳେ ରେନପ୍ୟାକ କରିବା ବଦଳରେ ଠିକାଦାର ଏହା ନକରି ମନଇଛା କାର୍ଯ୍ୟ କରୁଛି ବୋଲି ହୋଇଛି ଅଭିଯୋଗ । ଯାହା ଫଳରେ ଯଦି ଉଛୁଳି ରହିଥିବା କେଲୁଅନଦୀ ବନ୍ଧକୁ ଛୁଏଁ ତେବେ ନଦୀକୂଳିଆଙ୍କ ପାଇଁ ବିପଦ ଡ଼ାକିଆଣିବା ପରି ହେବ । ସଂପୃକ୍ତ ରାସ୍ତା ଉପରେ ଉତ୍ତରପ୍ରତାପପୁର, ଦେଓଦା, ମଙ୍ଗଳପୁର, ଅରାବଳ ପ୍ରଭୂତି ପଞ୍ଚାୟତର ଲୋକେ ଚଳପ୍ରଚଳ କରିଥାନ୍ତି । ପୂର୍ତ୍ତ ବିଭାଗ ଅଧିନ ଏହି ରାସ୍ତା କର୍ଯ୍ୟ କରୁଥିବା ଠିକାସଂସ୍ଥା ଘାସ ସଫେଇ ଆଳରେ ବନ୍ଧ ତାଢୁଥିବା ଏବଂ ସାଇଟ ୱାଲ କରିନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରି ବିରୋଧ କରିଥିଲେ ।