ଖଲ୍ଲିକୋଟ ବିଧାନସଭା ଆସନ ରୋଚକ ମୋଡରେ ଲଢେଇ
ଭୁବନେଶ୍ୱର, : ଟିକେଟ ଘୋଣା ପରେ ବୈଷାଖର ଖରାକୁ ଖାତିରି ନ କରି ନେତାମାନେ ପ୍ରଚାର ମଇଦାନକୁ ଓଲ୍ଲାଇଛନ୍ତି । ଏହାରି ଭିତରେ ଖଲ୍ଲିକୋଟ ବିଧାନସଭାରେ ତ୍ରିମୁଖୀ ଲଢ଼େଇରେ ପ୍ରତିଦ୍ୱନ୍ଦିତା ହେବା ସ୍ପଷ୍ଟ ହୋଇପଡିଛି । ଏହି ନିର୍ବାଚନମଣ୍ଡଳୀର ସୂର୍ଯ୍ୟ-ପୂର୍ଣ୍ଣଙ୍କ ମଧ୍ୟରେ ଲଢେଇ ଏବେ ରୋଚକ ମୋଡରେ ପହଞ୍ଚôଛି । ଖଲ୍ଲିକୋଟ ଆସନରୁ ବିଜେଡି ପୁଣି ଥରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଦୁଇଥରର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କୁ ମଇଦାନକୁ ଓହ୍ଲାଇଛି । ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଖଲ୍ଲିକୋଟ ବ୍ଲକରୁ ପ୍ରତିଦ୍ୱନ୍ଦିତାକୁ ଓହ୍ଲାଇବା ବେଳେ କଂଗ୍ରେସ ପୁରୁଷୋତ୍ତମପୁର ସହରର ନବାଗତ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ କରିଛି । ଦୀର୍ଘଦିନ ହେଲା ପୁରୁଷୋତ୍ତମପୁର ବ୍ଲକ୍ବାସୀ ତାଙ୍କ ବ୍ଲକ୍ରୁ ଜଣକୁ ପ୍ରାର୍ଥୀ କରିବାକୁ ଦାବି କରିଆସୁଥିଲେ । ମୁଖ୍ୟତଃ ବିଜେଡି ସମର୍ଥକଙ୍କ ପକ୍ଷରୁ ମଧ୍ୟ ଏ ଅଞ୍ଚଳରୁ କୌଣସି ବ୍ୟକ୍ତିଙ୍କୁ ପ୍ରାର୍ଥୀ ପାଇଁ ଦାବି ହୋଇଆସୁଥିଲା ।
କଂଗ୍ରେସ ପକ୍ଷରୁ ନବାଗତ ଚିତ୍ରସେନଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଦୁଇ ଅଭିଜ୍ଞଙ୍କ ସହିତ ସେ ନିର୍ବାଚନ ଲଢିବେ । ନବାଗତ ଚିତ୍ରସେନଙ୍କୁ ନେଇ ପୁରୁଷୋତ୍ତମପୁର ବ୍ଲକର ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଏହି ବ୍ଲକର ଇଂ ଚକ୍ରପାଣି ନାହାକ ଚିକିରୀ ଛାଡିଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳିନଥିଲା । ଖଲ୍ଲିକୋଟ ଆସନରୁ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ଭୋଟ ବିଭାଜନ ହେବା ସମ୍ଭାବନା ଦେଖାଦେଇଛି । ଏହି ନିର୍ବାଚନମଣ୍ଡଳୀରେ ରହିଥିବା ମୁଖ୍ୟତଃ ରାଣୀ ଲିଗାସି ଭୋଟ ପ୍ରାର୍ଥୀଙ୍କ ବିଜୟରେ ନିର୍ଣ୍ଣାୟକ ଭୂମିକା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଖଲ୍ଲିକୋଟ ଏନ୍ଏସି, ପୁରୁଷୋତ୍ତମପୁର ଏନ୍ଏସି, ଖଲ୍ଲିକୋଟ ବ୍ଲକର ୨୯ ପଞ୍ଚାୟତ ଏବଂ ପୁରୁଷୋତ୍ତମପୁର ବ୍ଲକର ୧୫ ପଞ୍ଚାୟତକୁ ନେଇ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ ।
ନିର୍ବାଚନମଣ୍ଡଳୀର ମେଟ ୨,୩୧,୫୦୯ ଭୋଟରଙ୍କ ସଂଖ୍ୟା ୧,୨୦.୪୭୬ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧,୧୦.୭୨୨ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୪୧ ରହିଛି । ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପି ତାର ମିଶ୍ରଣ ପର୍ବକୁ ଜୋରଦାର କରିଛି । ଅନ୍ୟପକ୍ଷରେ ବିଜେଡି ଅସନ୍ତୁଷ୍ଟଙ୍କୁ ମନାଇ ପ୍ରାଚର ମଇଦାନକୁ ଓହ୍ଲାଇବା ପାଇଁ ରଣ କୌଶଳ ପ୍ରସ୍ତୁତ କରିଥିବା ଜଣାପଡିଛି । ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଅବର୍ତ୍ତମାନରେ ତାଙ୍କ ଲଗାସି ଭୋଟ କାହା ସପକ୍ଷରେ ଯିବ ତାହା ସବୁ ଦଳକୁ ଚିନ୍ତାରେ ପକାଇଛି । ଖଲ୍ଲିକୋଟରେ ସବୁ ଦଳ ପାଇଁ କଡା ମୁକାବିଲା ପରିସ୍ଥିତି ହେବାକୁ ଯାଉଥିବା ଆଲୋଚନା ହେଉଛି ।
ନିର୍ବାଚନୀ ତଥ୍ୟ ଅନୁସାରେ, ୨୦୦୯ରେ ଖଲ୍ଲିକୋଟ ଆସନରୁ ବିଜେଡି ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ୬୫ ହାଜର ୨ଶହ ୯୪ ଭୋଟି ପାଇ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରର୍ଥୀ କାଶୀନାଥ ବେହେରା ୨୦ ହଜାର ୬ଶହ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ମିନା କୁମାରୀ ତାହାଲ ୩୫ ହାଜାର ଭୋଟି ପାଇଁଥିଲେ । ସେହିପିରି ୨୦୧୪ରେ ବିଜେଡି ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ୭୮ ହଜାର ଭୋଟ ପାଇଁ ବିଜୟୀ ହୋଇଥିଲେ । ତାଙ୍କ ପ୍ରତିଦ୍ୱନ୍ଦି ପ୍ରାର୍ଥୀ କଂଗ୍ରେସ ପାଣ୍ଡବ ଜଲ୍ଲି ୨୧ ହଜାର ୬ ଶହ ଭୋଟି ପାଇଁ ଥିଲେ । ବିଜେପି ପ୍ରାର୍ଥୀ ଶରତ ଚନ୍ଦ୍ର ବେହେରା ୧୫ ହଜାର ୩ ଶହ ଭୋଟି ପାଇଥିଲେ । ୨୦୧୯ରେ ବିଜେଡି ପ୍ରାର୍ଥୀ ସୂର୍ଣ୍ଣମଣୀ ବୈଦ୍ୟ ଖଲ୍ଲିକୋଟ ଆସନରୁ ୮୬ ହଜାର ଭୋଟ ପାଇଁ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଭାରିତୀ ବେହେରା ୪୪ ହାଜର ୫ଶହ ଭୋଟ ପାଇଥିଲେ । କଂଗ୍ରେସର ଭୋକାଲି ସେଠୀ ୬ ହଜାର ୩ ଶହ ଭୋଟି ପାଇଁଥିଲେ ।