ବିଜେଡିର ଇସ୍ତାହାର ଉପରେ ଏହା କହିଲେ ଧର୍ମେନ୍ଦ୍ର

ବିଜେଡିର ଇସ୍ତାହାର ଉପରେ ଏହା କହିଲେ ଧର୍ମେନ୍ଦ୍ର

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ହୀରାକୁଦରେ ଅଖିମୁଠି ଅନୁକୁଳ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ  ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ଇସ୍ତାହାର ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡିର ଇସ୍ତାହାରରେ କୌଣସି ନୂତନତ୍ବ ନାହିଁ। ବରଂ ଏହା କ‌ାଗଜର ଦସ୍ତାବିଜ୍। ଏହା ଲୋକଦେଖାଣିଆ। ବିଜେଡି ବିଜେପିର ସଂକଳ୍ପପତ୍ରକୁ କପି କରିବାକୁ ଚେଷ୍ଟା କରିଛି।

ସେ ଆହୁରି କହିଛନ୍ତି, ୨ ଲକ୍ଷ ଚାକିରି ଦେବ କହୁଛି ବିଜେଡି,  ତାହାହେଲେ ୨୪ ବର୍ଷ ହେଲା କରୁଥିଲେ କ’ଣ? ୧ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି, କାହିଁକି ପୂରଣ କଲେନି ନବୀନ ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୪ ଓ ୨୦୧୯ ଭଳି ଏଥର ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛି ବିଜେଡି। ଓଡ଼ିଶାରେ ବିଜେପି ସରକାର ଆସି‌ଲେ, କୃଷକଙ୍କ ହିତ ସାଧିତ ହେବ। ଚାଷୀଙ୍କ ଦୁଃଖ ଦୂରୀଭୂତ ହେବ। ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ।