ବିଜେପିର ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ
ହିିଞ୍ଜିଳିକାଟୁ: ଗୁରୁବାର ହିଞ୍ଜିିିଳି ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଶ୍ରମମନ୍ତ୍ରୀ ଭୁପେନ୍ଦ୍ର ଯାଦବ ହିଞ୍ଜିିଳି ଗସ୍ତ କରି ଆୟୋଜିତ ସଭାରେ ଉଦବୋଧନ ଦେଇ ବିଜେଡି ବିରୁଦ୍ଧରେ କହିବା ସହ ହିଞ୍ଜିିଳି ବିଧାନସଭା ପ୍ରାର୍ଥୀ ଶିଶିର ମିଶ୍ର ଓ ଆସିକା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶନୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଗୁରୁବାର କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ହିିଞ୍ଜିଳି ଗସ୍ତରେ ଆସି ସ୍ଥାନୀୟ ବ୍ଳକ ସମରଝୋଳ ମେଘମାଳ ତୋଟା ହେଲିପ୍ୟାଡ ପଡ଼ିଆରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ଦଳୀୟ କର୍ମୀମାନଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଯାଦବ ଉଦବୋଧନ ଦେଇ କହିଲେ ଯେ, ବିଜେଡି ୨୪ବର୍ଷ ଧରି ଶାସନ କରି ଆସୁଥିଲେ ମଧ୍ୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଓଡିଶାବାସୀ ବର୍ତ୍ତମାନ ପରିବର୍ତ୍ତନ ·ହୁଁଛନ୍ତି । ରାଜ୍ୟରେ ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବା ସହ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କା ଭାଉଚର ମିଳିବ । ·ଷୀଙ୍କୁ କିଶାନ ସମ୍ମାନନିଧି ଓ ବୁଣାକାରଙ୍କୁ ବୁଣାକାର ସମ୍ମାନନିଧି ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସର୍ମ୍ପକରେ ମତବ୍ୟକ୍ତ କରିବା ସହ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସଭାରେ ଚେୟାର ଖାଲି ପଡିଥିବା ଦେଖିବାକୁ ମିଳିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟର ପୂର୍ବତନ ମନ୍ତ୍ରୀ ଅଶୋକ ସିଂ, ହିିଞ୍ଜିଳି ବିଧାନସଭା ପ୍ରାର୍ଥୀ ଶିଶିର ମିଶ୍ର ଓ ଆସିକା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭଦର୍ଶନୀ, ନଗର ସଭାପତି ସନ୍ତୋଷ ପାଣିଗ୍ରାହୀ, ବିଧାନସଭା ସଂଯୋଜକ ମାଧବ ଗୌଡ, ବିଧାନସଭା ପ୍ରଭାରୀ ଗୋପାଳ ଗୌଡ, ପୂର୍ବତନ ବିଧାୟକ ପ୍ରାର୍ଥୀ ବିଭୁତି ଜେନା, ମଣ୍ଡଳ ସଭାପତି ଏନ କେଶବ, ନାରାୟଣ ଦଳାଇ, ତ୍ରିଲୋଚନ ବରଡ, ସଞ୍ଜୟ ଜେନା, ନୟନ ମଳିକ, ବି ରୋହିଣି ପାତ୍ରଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଶାନ୍ତିିଶୃଙ୍ଖଳା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।