ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ପାଇଁ ଆସିକା ଏନ୍ଏସି ମନୋନୀତ

 ଆସିକା: ଭାରତ ସରକାରଙ୍କ ନଗର ଉନ୍ନୟନ ଓ ଗୃହ ବିଭାଗ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ(୨୦୨୪-୨୦୨୫) ଅଧୀନରେ ସ୍ୱଚ୍ଛ ସର୍ବେକ୍ଷଣରେ ସୁପର ସ୍ୱଚ୍ଛ ଲିଗ୍ ସହର ରୂପେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ସ୍ଥାନ ଅଧିକାର ହାସଲ କରି ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି । ଆସିକା ସାଂସଦ ଅନିତା ଶୁଭ ଦର୍ଶନୀ ପଟ୍ଟନାୟକ ଓ ବିଧାୟକ ସରୋଜ କୁମାର ପାଢ଼ୀଙ୍କ ପ୍ରଚେଷ୍ଟା ଏବଂ ବିଜ୍ଞାପିତ ଅଂଚଳ ପରିଷଦର ୧୮ ଗୋଟି ୱାର୍ଡର ୨୫ ହଜାରରୁ ଊଦ୍ଧ୍ୱର୍ ଜନସଂଖ୍ୟା, ଏନ୍ଏସିର କାର୍ଯ୍ୟରତ ୫୦ରୁ ଊଦ୍ଧ୍ୱର୍ ଝାଡୁଦାର, ୦୩ ରୁ ଊଦ୍ଧ୍ୱର୍ ଜାମେଦାର, ଜଣେ ସାନିଷ୍ଟେସନ ସୁପରଭାଇଜର, ଜଣେ ଜଣେ ସାନିଷ୍ଟେସନ ନିରୀକ୍ଷକଙ୍କ ସହଯୋଗରେ ଏହି ସଫଳତା ଲାଭ କରିଛି ବୋଲି ଅଧ୍ୟକ୍ଷା, କାଉନସିଲର ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି । ଏହି ପୁରସ୍କାରକୁ ଆସନ୍ତା ୧୭/୦୭/୨୦୨୫ ରିଖ ଦିନ ବିଜ୍ଞାନ ଭବନ ନୂଆଦିଲ୍ଲୀ ଠାରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ  ପାଇବା ପାଇଁ ଚୂଡାନ୍ତ ହୋଇଛି । ଏଣୁ ସମସ୍ତ ସ୍ୱଚ୍ଛ କର୍ମୀ ଯଥା, କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର, ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ, ସାନିଷ୍ଟେସନ ନିରୀକ୍ଷକ ଅଜିତ କୁମାର ପଟ୍ଟନାୟକ, ସାନିଟାରୀ ଏକ୍ସପାର୍ଟ ଦୀପ୍ତିମୟୀ ସାହୁ, ଅଣୁ ଜୈବ କେନ୍ଦ୍ର, ସ୍ୱଚ୍ଛ ସାଥୀ ଓ ସମସ୍ତ ସଫେଇ କର୍ମଚାରୀ ତଥା ଆସିକା ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହି ପୁରସ୍କାରର ଶ୍ରେୟ ଏହି କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ବୋଲି ଅଧ୍ୟକ୍ଷା ବିନେତା ସ୍ୱାଇଁ ପ୍ରକାଶ କରିଛନ୍ତି ।