ରାଷ୍ଟ୍ରୀୟ ନବବର୍ଷ ପାଳିତ
ପୁରୀ: ପବିତ୍ର ଚୈତ୍ର ଶୁକ୍ଳ ପ୍ରତିବଦା ତିଥିରେ ପୁରୀରେ ରାଷ୍ଟ୍ରିୟ ନବବର୍ଷ ପାଳିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି ଆନୁକୂଲ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉସôବକୁ ଉଦ୍ଘାଟନ କରାଯାଇଥିଲା । ଏହାପରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି ପରିଚାଳନାରେ ଜଗତ୍ଗୁରୁ ଗୋବର୍ଦ୍ଧନ ମଠ ଶଙ୍କରାଚାର୍ଯ୍ୟଙ୍କ ପୀଠ ପରିସରରୁ ଆଦିତ୍ୟବାହିନୀ, ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ, ସଂସ୍କାର ଭାରତୀ, ଭାରତୀୟ ମଜ୍ଦୁର ସଂଘ, ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତଥା ଧାର୍ମିକ ଅନୁଷ୍ଠାନ ପକ୍ଷରୁ ଏକ ଶୋଭାଯାତ୍ରା ଟାଉନଥାନା ସମ୍ମୁଖରୁ ବାହାରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ସମିତିର ସଭାପତି ମହାବୀର ରୁଦ୍ରନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ମୁକ୍ତାକାଶ ରଂଗମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ନିଦେ୍ର୍ଦଶକ ଡ଼କ୍ଟର ଲଳିତ କୁମାର ସାହୁ, ପ୍ରିୟମ୍ବଦା ଦାଶ, ତନ୍ମୟ ଚାଟାର୍ଜୀ, ସ୍ୱାମୀ ଆଞ୍ଜେମୟୀ ନନ୍ଦ ଗିରି ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳାଧିପତି ଡ଼କ୍ଟର ହରିହର ହୋତା, ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ଦୁର୍ଗାପ୍ରସାଦ ସାହୁ ଓ ରାଜକିଶୋର ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ୧୯୯୨ ମସିହାରେ ଅଯୋଧ୍ୟା ଯାଇଥିବା କର ସେବକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମିତିର ସଂପାଦକ ଅରବିନ୍ଦ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୁରୁଷୋତ୍ତମ ନାୟକ ମଞ୍ଚ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବିକାଶ ଦତ୍ତ । ଶେଷରେ ରଂଜନ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।